ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଅବସର ଦିନ ଫାଇନାଲ ପେନସନ ପେପର୍ ପ୍ରଦାନ ।

0 192

ମାଲକାନଗିରି,୦୧/୦୭(ପିପିଟି):ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ କରକମଳରେ ଅବସର ନେଉଥିବା ଶିକ୍ଷକ ବୃନ୍ଦଙ୍କୁ ଫାଇନାଲ ପେନସନ ପେପର୍ ପ୍ରଦାନ କରାଯାଇ ସମସ୍ତ ଶିକ୍ଷକ ମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ସମ୍ମାନ ପ୍ରଦାନ ହେଲା।
ଏହି କ୍ରମରେ ଶ୍ରୀଯୁକ୍ତ ସୁଜିତ୍ କୁମାର ଗିରି , ସହକାରୀ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ କାଲିମେଳା ଓ ଶ୍ରୀଯୁକ୍ତ ଶଙ୍କର୍ଷଣ ଜେନା କନିଷ୍ଠ ସହାୟକ, ସାବେରୀ ବିଦ୍ୟାପୀଠ କିୟାଙ୍ଗ ମାଲକାନଗିରିଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଗଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ ପ୍ରସାଦ ବେହେରା, ଜିଲ୍ଲା ଶାରୀରିକ ନିରୀକ୍ଷକ କାର୍ତ୍ତିକ ଚନ୍ଦ୍ର ବେହେରା ଓ କର୍ମଚାରୀ ଉପସ୍ଥିତ ଥିଲେ।

କେବଳ ଏତିକି ନୁହଁ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆହ୍ୱାନ ଏବଂ ଅବସର ପରେ ଶିକ୍ଷା ବିଭାଗ କର୍ମଚାରୀଙ୍କ ଅବସର ପ୍ରାପ୍ତ ସୁରୁଖରେ ପାଇବା ଉଦ୍ଦେଶ୍ୟରେ ଜିଲ୍ଲାର ୬ଟି ବ୍ଲକରେ ୧୧ଜଣ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସହ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ମାନଙ୍କରେ ଫାଇନାଲ ପେନସନ ପେପର୍ ପ୍ରଦାନ କରାଯାଇ ବିଭାଗର ଆଭିମୁଖ୍ୟ ପ୍ରତି ସମ୍ମାନ ଜଣାଗଲା। ଏହି କ୍ରମରେ କୋରକୁଣ୍ଡା ୩ଟି, କାଲିମେଳା, ମାଥିଲି, ମାଲକାନଗିରିରୁ ୨ଟି ଜଣ ଏବଂ ପୋଡିଆ ସହ ଖଇରପୁଟ ବ୍ଲକର ଜଣେ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଗଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.