ମା ସିଂହାସନୀଙ୍କ ଶକ୍ତି ପୀଠରେ ବିଜେପିର ମିଶ୍ରଣ କାର୍ଯ୍ୟକ୍ରମ।

0 174

ପୋଲସରା ,୦୧/୦୭(ପିପିଟି): ପୋଲସରା ବ୍ଲକ କସିପଡା ସ୍ଥିତ ମାଆ ସିଂହାସନୀଙ୍କ ଶକ୍ତି ପୀଠ ପରିସରରେ ବୁଧବାର ବିଜେପି ପକ୍ଷରୁ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ କାର୍ଯ୍ୟକ୍ରମ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡବଲ ଇଂଜିନ ସରକାରଙ୍କ ଡବଲ ବିକାଶ କଥା କହିଥିଲେ, ତା ପରେ ବିଜେଡି ଛାଡି ବିଜେପିରେ ସାମିଲ ବ୍ୟକ୍ତି ବିଶେଷଙ୍କୁ ଦଳୀୟ ଉତ୍ତରୀୟ ପକାଇ ବିଜେପିକୁ ସ୍ୱାଗତ କରିଥିଲେ।ଏହି ମିଶ୍ରଣ କାର୍ଯ୍ୟକ୍ରମ ରେ ମନ୍ଦାର ପଞ୍ଚାୟତ ର ସରପଞ୍ଚ ସୁନିତା ଜେନା ଓ କାର୍ତିକ ଜେନାଙ୍କ ଙ୍କ ନେତୃତ୍ୱ ରେ ନାଏବ ସରପଞ୍ଚ ସଂଯୁକ୍ତା ମଳିକ ଓ ବିଜେଡିର ୱାର୍ଡ ସଭ୍ୟ ୧, ୨, ୫, ୬, ୭, ୮, ୯, ୧୧, ୧୨ ସମେତ ବହୁ ବିଜେଡି କର୍ମୀ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ। ପଞ୍ଚାୟତ ର ବିକାଶ ଲାଗି ବିଜେପିରେ ସାମିଲ ହେଲୁ ବୋଲି ସରପଞ୍ଚ ସୁନିତା ଜେନା ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଯୁବ ନେତା ପ୍ରଭାକର ପଣ୍ଡା ଓ ଦୀପକ ପ୍ରଧାନ, ଗଙ୍ଗା ନାୟକ, ହରିହର ସାହୁ, ସୁନୀଲ ପାଢ଼ୀ, ଭଗବାନ ସାହୁ, ରଘୁନାଥ ଭୂୟାଁ,ସଂଯୁକ୍ତା ପ୍ରଧାନ, କୃଷ୍ଣ ଚନ୍ଦ୍ର ଜେନା, ପୀତବାସ ପ୍ରଧାନ ସମେତ ବିଜେପିର ବହୁ କର୍ମକର୍ତା ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.