ମାଲକାନଗିରି,୦୧/୦୭(ପିପିଟି):ମାଲକାନଗିରି ପୌରପରିଷଦ ଅଧିନସ୍ଥ ୧୧୯ କଲୋନୀର ଦୁଇଟି ନର୍ଦ୍ଦମା ସଂଯୋଗ ହୋଇ ଜଣେ ଫରେଷ୍ଟର ଏବଂ ଜଣେ ଓକିଲ ଘର ମଧ୍ଯ ଭାଗ ଦେଇ ଏକ ମୁଖ୍ୟ ନର୍ଦ୍ଦମା ଯାଇଥିବା ବେଳେ ଏହା ମାଟି ଓ ଆବର୍ଜନା ଯୋଗୁଁ ପୋତି ହୋଇଯାଇଛି। ବର୍ଷା ଋତୁରେ ଏହି ନର୍ଦ୍ଦମା ପାଣି ବିଶେଷ କରି ପାର୍କ ଲାଇନ୍ ପାର୍ଶ୍ୱ ଦେଇ ନିସ୍କାସନ ହୋଇ ବିଲକୁ ଯାଇଥାଏ। ବର୍ଷ ବର୍ଷ ଧରି ଏହି ନର୍ଦ୍ଦମାଟି ମୁକ୍ତ ହୋଇ ରହିଥିବା ବେଳେ ନିର୍ମାଣ ନ ହେବା ଯୋଗୁଁ ଦୁଇ ପାର୍ଶ୍ଵର ମାଟି ବର୍ଷା ଋତୁରେ ଧସି ପୋତି ହୋଇଯାଉଛି। ବର୍ଷମାନ
ବର୍ଷା ଋତୁ ଆଗମନ ସତ୍ବେ ଏହା ନିର୍ମାଣ ନ ହେବା ଯୋଗୁଁ ନର୍ଦ୍ଦମାଟି ମାଟି ଦ୍ଵାରା ଅବରୋଧ ହୋଇ ପଡ଼ିଛି। ଗତ ବର୍ଷ ବର୍ଷା ଆଗମନ ପୂର୍ବରୁ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଥିଲା ବେଳେ ବର୍ତ୍ତମାନର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ସୂଚନା ପାଇ ନର୍ଦ୍ଦମାରୁ ଅଳିଆ ଆବର୍ଜ୍ଜନା ସଫା ହୋଇଥିଲେ ମଧ୍ୟ ବର୍ଷ ତମାମ ଏହି ନର୍ଦ୍ଦମା ଟିକୁ ନିର୍ମାଣ କରା ଯାଇ ନାହିଁ। ପୁନଶ୍ଚ ଏହି ନର୍ଦ୍ଦମା ଟି ଗୁଳ୍ମ ଦ୍ବାରା ଅଛାଦିତ ହୋଇଥିବା ବେଳେ ଦୁଇ ପାର୍ଶ୍ଵର ମାଟି ଦ୍ଵାରା ଅବରୋଧ ହୋଇ ପଡ଼ିଛି। ବର୍ତ୍ତମାନ ବର୍ଷା ଆରମ୍ଭ ଯୋଗୁଁ ଏହି ନର୍ଦ୍ଦମାରୁ ଜଳ ନିସ୍କାସନରେ ଅନ୍ତରାୟ ସୃଷ୍ଟି ହେଉଛି। ସେହି ପରି ପାର୍କ ଲାଇନ୍ ବସ୍ତିରେ ରାସ୍ତା ଘାଟ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଏହାର ମରାମତି
ହୋଇ ପାରୁ ନାହିଁ। ଏ ସମ୍ପର୍କରେ ଗତ ବର୍ଷ ଖବର ପ୍ରସାରଣ ହୋଇ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆ ଯାଇନାହିଁ। ଫଳରେ ଯାତାୟାତ ରେ ବାଧାପ୍ରାପ୍ତ ହେଉଛି। ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦୃଢ଼ ଦାବି ହେଉଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)