ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ।

0 0

ବାଲିଗୁଡା,୩୦/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ରେ କାର୍ଯ୍ୟରତ ଦୁଇ କର୍ମଚାରୀ ମଙ୍ଗଳବାର ଦିନ ନିଜ ଚାକିରୀ କାଳ ରୁ ଅବସର ଗ୍ରହଣ କରୁଥିବାରୁ ଏକ ଆଡମ୍ବର ସହକାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଧ୍ଯକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟ ର କିରାଣୀ ତଥା ଟାଇପିଷ୍ଟ ପ୍ରମୋଦ କୁମାର ପଣ୍ଡା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁବାସ ଚନ୍ଦ୍ର ଡାକୁଆଙ୍କୁ ମହାବିଦ୍ଯାଳୟର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପରିଷଦ ସମ୍ପାଦକ ତେଜେଶ୍ୱର ନାୟକଙ୍କ ଆବାହକତ୍ୱରେ ଡ.ସୁଶାନ୍ତ କୁମାର ଦାସ ,ବ୍ରଜେନ୍ଦ୍ର ବିନ୍ଧାଣୀ , ହିମାଂଶୁ କୁମାର ସାହୁ ,ସରୋଜ କୁମାର ପାଠୀ , ସୁରେଶ ମିଶ୍ର , ସୌଭାଗିନୀ ଦାଶ, କାହ୍ନୁ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ଦୁଇ କର୍ମଚାରୀ ଙ୍କ ନିରାମୟ କାର୍ଯ୍ୟାବଳୀ ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରି ଭୁୟସୀ ପ୍ରଶଂସା କରିବା ସହ ମାନପତ୍ର ଓ ଉତ୍ତରୀୟ ଉପହାର ପ୍ରୀତିସନ୍ତକ ଭାବେ ପ୍ରଦାନ କରାଯାଇଥିଲା l ପ୍ରତ୍ୟୁତର ରେ ଦୁଇ କର୍ମଚାରୀ ନିଜ ଚାକିରୀ କାଳ ମଧ୍ୟରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ, ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ର ଛାତ୍ରୀ ଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ସବୁଦିନ ପାଇଁ ମନେ ରହିବ ବୋଲି ପ୍ରକାଶ କରିଥିଲେ l

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.