ଭଞ୍ଜନଗର ରୋଟାରୀ କ୍ଲବର ୧୮ତମ ଅଧିଷ୍ଠାନ ଦିବସ ।

0 175

ଭଞ୍ଜନଗର, ୨୫/୦୬(ପିପିପି): ସର୍ବଦା ସେବା ଓ ସମର୍ପଣ ଯୋଗାଇ ଆସୁଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରୋଟାରୀ କ୍ଲବର ଆଜି ୧୮ତମ ଅଧିଷ୍ଠାନ ଦିବସ ଅବସରରେ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ ହାତଳୁ ନିଆ ଯାଇଛି। ଚଳିତ ବର୍ଷ ଭଞ୍ଜନଗର ରୋଟାରୀ କ୍ଲବ ସ୍ଥାନୀୟ ଅଞ୍ଚଳରେ ଶୁଦ୍ଧ ପାନୀୟ ଜଳଯୋଗାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ପ୍ରଥମେ ବେଲଗୁଣ୍ଠା ଜଗନ୍ନାଥ ମନ୍ଦିର, ଭଞ୍ଜନଗର ଡ଼ିହ ପଢାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଗୁରୁକୃପା ଆବାସିକ ବିଦ୍ୟାଳୟ, ଢୁଢୁଆ କାଳୀ ମନ୍ଦିରରେ ଆକ୍ବା ଗାର୍ଡ ସଂଯୋଗ କରାଯାଇଛି।ଏଥିସହ ୨ଜଣ ହିତାଧିକାରୀଙ୍କୁ ହୁଇଲ ଚେୟାର,୨ଜଣ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବ୍ୟବସାୟିକ ଗ୍ରାଇଣ୍ଡର ଓ ଜଣକୁ ସିଲେଇ ମେସିନ ପ୍ରଦାନ କରାଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରୋଟାରୀ କ୍ଲବ ପ୍ରାନ୍ତପାଳ ଜିଲ୍ଲା-୩୨୬୨ ମନୋଜ କୁମାର ତ୍ରିପାଠୀ, ଇନର୍ ହୁଇଲ ଅଧ୍ୟକ୍ଷା-୩୨୬ ମଧୁସ୍ମିତା ତ୍ରିପାଠୀ, ଡିଜିଏନ୍ ୨୮/୨୯ ଅଖିଳେନ୍ଦୁ ଶେଖର ପଟ୍ଟନାୟକ,ବ୍ରହ୍ମପୁର ରୋଟାରୀ କ୍ଲବ ସଭାପତି ଜୟରାମ ରାଜୁ, ପୂର୍ବତନ ସଭାପତି ଶ୍ରୀନିବାସ ସୁବୁଦ୍ଧି, ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ,ଭଞ୍ଜନଗର ଇନର୍ ହୁଇଲ ସଭାପତି ସୁନିତା ବାରିକ ଓ ଅନ୍ୟମାନେ ଯୋଗ ଦେଇଥିଲେ।ସମସ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ରୋଟାରୀ କ୍ଲବ ଓ ଇନର୍ ହୁଇଲ କ୍ଲବର ସଦସ୍ୟସଦସ୍ୟା ମାନେ ସହଯୋଗ କରିଥିଲେ।

ରିପୋର୍ଟ -ଜେ.କେ ପଟ୍ଟନାୟକ

Leave A Reply

Your email address will not be published.