ହାତୀ ଆକ୍ରମଣରେ ଜଣେ ଗୁରୁତର ।

0 186

ଅନୁଗୋଳ,୨୨/୦୬: ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ମରଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଗୁରୁତର ଜଣ ଙ୍କ ହେଲେ ମରଣ୍ଡା ଗ୍ରାମର ଅଇଁଠୁ ପଲେଇ (୫୦) । ସୂଚନା ଯେ, ଆଜି ସକାଳ ୫ ଘଟିକା ବେଳେ ଅଇଁଠୁ ଶୌଚ ହେବାକୁ ଘର ପଛ ପାଖ ପଡିଆ କୁ ଯାଇଥିଲେ। ସେହି ସମୟରେ ହାତୀ ହାବୁଡରେ ପଡି ଯିବାରୁ ହାତୀ ଅଇଁଠୁ ଙ୍କୁ ଟେକି କଚାଡି ଦେଇଥିଲା। ଅଇଁଠୁ ଙ୍କ ଚିତ୍କାର ଶୁଣି ଅନ୍ୟ ଲୋକ ମାନେ ପହଞ୍ଚି ହାତୀ କୁ ଘୋଉଡାଇ ଦେଇଥିଲେ ।ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ବନ ବିଭାଗ ଗାଡି ଯୋଗେ ଗୁରୁତର ଅବସ୍ଥା ଅଇଁଠୁ ଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଅଇଁଠୁ ଙ୍କର ଅଣ୍ଟା, କାନ୍ଧ ଏବଂ ଗୋଡ଼ ରେ ଗଭୀର ଆଘାତ ଲାଗିଛି। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply

Your email address will not be published.