ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।

0 3

ବାଲିଗୁଡା,୨୧/୦୬:(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ସଦର ମହକୁମା ରେ ଅନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହ ରେ ପାଳନ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ବ୍ଲକ ସ୍ତରୀୟ ଯୋଗ ଦିବସ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱ ସୁସ୍ଥତା ଆନ୍ଦୋଳନ ଏବଂ “ବସୁଧୈବ କୁଟୁମ୍ବକମ୍” ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଉପଜିଲ୍ଲାପାଳ ପ୍ରଣିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ ଭୋସଲେ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଯୋଗ ଦିବସ ର ମହତ୍ଵ ସମ୍ପର୍କ ରେ ଆଲୋକପାତ କରିବା ସହ ଯୋଗ କରିବା ଦ୍ବାରା ଉଭୟ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥତା ଆଣିଥାଏ, ଏଣୁ ବ୍ୟସ୍ତ ବହୁଳ ଜୀବନ ମଧ୍ୟର କିଛି ସମୟ ବାହାର କରି ଆମେ ସମସ୍ତେ ଯୋଗ କରିବା ଆବଶ୍ୟକ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀଙ୍କୁ ନିଜ ଅଭିଭାଷଣରେ ଉପଜିଲ୍ଲାପାଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି, ସାମାଜିକ କର୍ମୀ ଓ ସାଧାରଣ ଜନତା ଯୋଗଦେଇ ଯୋଗାଭ୍ୟାସ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶ ଗ୍ରହଣକୁ ପ୍ରଶଂସା କରାଯାଇଥିଲା।

ରିପୋର୍ଟ :-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.