କୋଦଳା,୧୯/୦୬(ପିପିଟି):ବର୍ଷିୟାନ୍ ଶିକ୍ଷାବିତ୍ ତଥା ଜନତା ହାଇସ୍କୁଲ ର ପ୍ରାକ୍ତନ ଜନପ୍ରିୟ ତଥା ଯଶସ୍ୱୀ ପ୍ରଧାନ ଶିକ୍ଷକ ଗୋଦାବରୀଶ ମିଶ୍ରଙ୍କ ଆଜି ପୈତୃକ ଗ୍ରାମ ହରିଚନ୍ଦନପୁର (ଗମ୍ଭାରୀମୁଣ୍ଡା)ରେ ଦେହାନ୍ତ ହୋଇଯାଇଛି। ଶ୍ରୀ ମିଶ୍ର ଜଣେ ମେଳାପି,ସମାଜ ସେବୀ ତଥା ଆଧ୍ୟାତ୍ମିକ ବ୍ୟକ୍ତି ଭାବରେ ଅଞ୍ଚଳ ସାରା ବେଶ୍ ଜନଶୁଣା। ଜନତା ହାଇସ୍କୁଲ ରେ ମିନି ଷ୍ଟାଡିୟମ୍ ଓ ବେଗୁନିଆ ପଡ଼ା ଠାରେ ଜନତା ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କ ଗୁରୁ ଭୂମିକା ଅବିସ୍ମରଣୀୟ।୧୯୮୯ ରୁ ୧୯୯୭ ତାଙ୍କ କାର୍ଯ୍ୟ କାଳ ମଧ୍ୟରେ ଚକ୍ଷୁ ଶିବିର, ନବପ୍ରତିଷ୍ଠୀତ ହାଇସ୍କୁଲ ମାନଙ୍କରେ ଶୈକ୍ଷିକ ମାନ ବୃଦ୍ଧି ପାଇଁ ପ୍ରଯତ୍ନ ବିଭିନ୍ନ ସଭା ସମିତିରେ ଦୀକ୍ଷାନ୍ତ ଉଦବୋଧନ ଇତ୍ୟାଦି ସକାଶେ ବେଶ୍ ପରିଚିତ । ଦିବ୍ୟ ଜୀବନ ସଂଘ ବେଗୁନିଆ ପଡ଼ା ଶାଖାର ସଭାପତି ହିସାବରେ ଅବସର ପରେ ମଧ୍ୟ ଶେଷ ପର୍ଯ୍ୟନ୍ତ କର୍ମଠ ରହିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ଜ୍ଞାନ ପ୍ରସାଦ ବିତରଣ କରି ଉତ୍ସାହିତ କରିଆସିଛନ୍ତି। ମୃତ୍ୟ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।ଶେଷ ଶଯ୍ୟାରେ ତାଙ୍କର ୪ ପୁତ୍ର,ପୁତ୍ର ବଧୂ ଏକମାତ୍ର କନ୍ୟା, ଜାମାତା ଓ ତାଙ୍କ ଧର୍ମପତ୍ନୀ ଉପସ୍ଥିତ ଥିଲେ।ତାଙ୍କ ବିୟୋଗରେ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ