ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସାମ୍ବିଧାନିକ ସମ୍ମିଳନୀ।

0 181

ପୋଲସରା,୧୯/୦୬ (ପିପିଟି): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସାମ୍ବିଧାନିକ ସମ୍ମିଳନୀ ବାଲିପଦର ରଘୁନାଥ ବିହାର ସ୍ଥିତ ନିଜସ୍ବ କୋଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଭାପତି ଇ.ବିପ୍ର ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ପୂର୍ବ ସଭାର ବିବରଣୀ, ଆୟ ବ୍ୟୟର ହିସାବ ଓ ବାର୍ଷିକ ବିବରଣୀ ପାଠ କରିବା ପରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏହାପରେ ନିର୍ବାଚନ ପାରିଚାଳନ ପାଇ ଡକ୍ଟର ବିଜୟ ଚନ୍ଦ୍ର ମହାରଣା ଓ ଏ. ସର୍ଭିସ୍ ଆଚାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଆସନ୍ତା ତିନି ବର୍ଷ ପାଇଁ ସଭାପତି ଭାବେ ଇ.ବିପ୍ର ଚରଣ ପାତ୍ର, ଉପସଭାପତି ଭାବେ ମାଧବ ଚନ୍ଦ୍ର ଭୋଳ , ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ରଥ, ଯୁଗ୍ମାସମ୍ପାଦକ ଭାବେ ପି. କ୍ରିଷ୍ଣା ରାଓ ଦୋର ଓ କୋଷାଧ୍ୟକ୍ଷ ଭାବେ ମଙ୍ଗୁଳି ପାତ୍ର ଏବଂ କାର୍ଯ୍ୟକାରୀ ସଦସ୍ଯ ଭାବେ ଲକ୍ଷ୍ମଣ କୁମାର ଜେନା, ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରା, କବିରାଜ ପରିଡା, ଶଶିଭୂଷଣ ସେନାପତି, ବାଞ୍ଛା ନିଧି ଜେନା, ପଦ୍ମଲୋଚନ ଗୌଡ, ପୁରୁଷୋତ୍ତମ ସାହୁ ଓ ଉମା ଚରଣ ପଟ୍ଟନାୟକ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ସେହିପରି ଉପଦେଷ୍ଟା ଭାବେ ବଂଶୀଧର ବିଷୋୟୀ ଓ ଦ୍ବିତୀକୃଷ୍ଣ ବିଶ୍ବାଳ ପୁନର୍ବାର ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.