ଦୁଇ ଗୋଟି ରସ୍ତାର ଶିଳାନ୍ୟାଶ କଲେ ବିଧାୟକ ହିମାଂଶୁ ।

0 154

ଯାଜପୁର ,୧୮/୦୬(ପିପିଟି): ଧର୍ମଶାଳା ବ୍ଲକ ରାଇଛନ୍ଦା ଠାରୁ ତାଳଜଙ୍ଗା ରସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ଏବଂ ଭୁବନ ବ୍ରାହ୍ମଣ ସାହି ଠାରୁ ଚାନ୍ଦପୁର ସାଆନ୍ତ ସାହି ପର୍ଯ୍ୟନ୍ତ ନୂତନ ରାସ୍ତାର ନିର୍ମାଣ ପାଇଁ ଆଜି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଛି । ଯାଜପୁର ୨ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ୪ ଲକ୍ଷ ଟଙ୍କା ବ୍ୟୟ ବରାଦରେ ରାଇଛନ୍ଦା ଠାରୁ ତାଳଜଙ୍ଗ ପର୍ଯ୍ୟନ୍ତ ରାସ୍ତାର ନବୀକରଣ ଓ ପ୍ରଶସ୍ତିକରଣ କାମ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି । ଏହି ରାସ୍ତା ନିର୍ମାଣ ହେଲେ ରାଇଛନ୍ଦା ପଂଚାୟତ ସହ ଆଖପାଖ ପଂଚାୟତର ବହୁ ଲୋକେ ଯାତାୟତର ସୁବିଧା ପାଇପାରିବେ । ସେହିଭଳି ଯାଜପୁର ୨ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଭବାନିପୁର ପଂଚାୟତର ଭୁବନ ବ୍ରାହ୍ମଣ ସାହି ଠାରୁ ଚାନ୍ଦପୁର ପର୍ଯ୍ୟନ୍ତ ନୂତନ ରାସ୍ତା ପାଇଁ ବିଭାଗ ପକ୍ଷରୁ ୩କୋଟି ୯୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି । ଏହି ନୂତନ ରାସ୍ତାଟି ନିର୍ମାଣ ହେବା ପରେ ଭବାନୀପୁର ପଂଚାୟତ ସମେତ ଆଖପାଖ ପଂଚାୟତର ଶହ ଶହ ଲୋକେ ଯାତାୟତ କରିବାର ସୁବିଧା ପାଇ ପାରିବେ । ଜରକା ଗ୍ରାମ୍ୟ ନ୍ନୟନ ବିଭାଗ ପକ୍ଷରୁ ଉଭୟ ସ୍ଥାନରେ ଶିଳାନ୍ୟାଶ ବ୍ୟବସ୍ଥା କରାଯାଇଥିବା ବେଳେ ବିଭାଗୀୟ ଯନ୍ତ୍ରୀ ସେଠାରେ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ । ରାଇଛନ୍ଦା ଠାରେ ଶିଳନ୍ୟାଶ ସମୟରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ଶ୍ରୀ ସାହୁଙ୍କ ସହିତ ବିଜେପି ନେତା କାହ୍ନୁ ଚରଣ ଦାଶ, ବ୍ଲକ ଉପାଧ୍ୟକ୍ଷା ବିଶ୍ୱ ବିଜୟିନୀ ମିଶ୍ର, ପ୍ରଭାରୀ ରାଜେଶ କୁମାର ପାଳ, ଜୋନ ସଭାପତି ନେତ୍ରାନନ୍ଦ ପାତ୍ର, ଯୁବ ବିଜେପି ମୋର୍ଚ୍ଚା ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ । ବିଧାୟକ ଶ୍ରୀ ସାହୁ ପ୍ରଥମେ ରାଇଛନ୍ଦା ଯାଇ ସେଠାରେ ଶିଳାନ୍ୟାଶ କରିବା ପରେ ସେ ଭବନୀପୁର ପଂଚାୟତରକୁ ଯାଇ ସେଠାରେ ଶିଳାନ୍ୟାଶ କରିଥିଲେ । ଉଭୟ ସ୍ଥାନରେ ହଜାର ହଜାର ସଂଖ୍ୟାରେ କର୍ମୀ ଉପସ୍ଥିତ ରହି ବାଜା , ବାଣ ଫୁଟାଇ ବିଧାୟକଙ୍କୁ ଏକ ଶୋଭାଯାତ୍ରାରେ ଶିଳାନ୍ୟାଶ ସ୍ଥଳକୁ ପାଛୋଟି ନେଇଥିଲେ । ଭବାନୀପୁର ପଂଚାୟତରେ ଶିଳାନ୍ୟାଶ ସମୟରେ ବିଧାୟକ ଶ୍ରୀ ସାହୁଙ୍କ ସମେତ ଜିଲ୍ଲାପରିଷଦ ସାଦସ୍ୟ ଜଳଧର ମହାନ୍ତି, ରାଜେଶ ପାଳ, ଜିତେନ୍ଦ୍ର ରାଉତ, ଶରତ ନାୟକ, ପ୍ରିୟବ୍ରତ ପ୍ରଧାନ, ବିଜେପି ନେତା ଚନ୍ଦ୍ରମିଣୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.