ପାରମ୍ପରିକ ଲୋକକଳା “ପାଲା” କୁ ସହରରେ ଲୋକାଭିମୁଖୀ କରିବାକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରୋତ୍ସାହନ ।

0 171

କେନ୍ଦ୍ରାପଡ଼ା ,୧୮/୦୬:ଓଡିଶା ରାଜ୍ୟ କଳା ଓ ସଂସ୍କୃତି ସମ୍ପୂର୍ଣ ରାଜ୍ୟ ଅଟେ । ଏଥିପାଇଁ ଏହାର ସାରା ଭାରତ ବିଶ୍ୱ ରେ ମନ ମର୍ଯ୍ୟାଦା ରହିଛି । ଆମ ଓଡିଶା ରେ ଏବେ ବହୁତ ପାଶ୍ଚାତ୍ୟ ନୃତ୍ୟ ଓ ହୀନମାନସିକତା ର ସଂଗୀତ କାର୍ଯ୍ୟକ୍ରମ କୁ ଆପଣାଇ ଯୁବଗୋଷ୍ଠୀ ଏବେ ପଥଭଷ୍ଟ । ଓଡିଶା ର ଲୋକକଳା “ପାଲା” ମାଧ୍ୟମରେ ଶିକ୍ଷା,ସଂସ୍କୃତି, ଶାଳୀନତା, ବିଚାର ଓ ଆଧ୍ୟାତ୍ମିକତା ଭରପୁର ରହିଥିଲା ଯାହା ସମାଜ ଗଠନ ଓ ସଂସ୍କୃତି ସମ୍ପନ୍ନ ହେବା ପାଇଁ ସହାୟକ ହେଉଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ପୌରପାଳିକା ମଧ୍ୟ୍ୟ ରେ ମାଧପୁର ସହର ର ଅନନ୍ୟ ଅଞ୍ଚଳ ଅଟେ । ଏହି ଗ୍ରାମର ପୁରାତନ ଶିକ୍ଷୟତ୍ରୀ ଶାନ୍ତିଲତା ବାରିକ ମାଧପୁର ରେ ବସବାସ କରନ୍ତି । ତାଙ୍କର ନାତୁଣୀ ର ଏକ ସଂସ୍କୃତିକ କାର୍ଯ୍ୟକ୍ରମ ରେ ସେ ପଟାମୁଣ୍ଡାଇ ଅଞ୍ଚଳ ର ମା ଭଗବତୀ ପାଲା ପରିଷଦ କୁ ନିମନ୍ତ୍ରଣ କରିଥିଲେ । ସହରରେ ଏହା ଦେଖି ଅଂଚଳବାସୀ ଆଶ୍ଚର୍ଯ୍ୟ ହୋଇଥିଲେ । ପାଲା ମାଧ୍ୟମରେ ଯାହା ପରିବେଷଣ କରିଥିଲେ ତାହା ଶିକ୍ଷଣୀୟ ଓ ସାମାଜିକ ଚଳଣି ସହ ସଂସ୍କୃତି ସହ ଜଡିତ ଥିଲା । ସହରରେ ଏହିପରି କାଯ୍ୟକ୍ରମ ଜାଣି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ମାନେ ସେଠାରେ ଉପସ୍ଥିତ ହୋଇ ଏହି ଲୋକକଳାକୁ ପ୍ରୋତ୍ସାହନ ଦେବା ସହ ତାଙ୍କ ମନୋବଳ ବଢାଇବା ପାଇଁ ତାଙ୍କର ମୁଖିଆ ଙ୍କୁ ସମ୍ମାନିତ କରିଥିଲେ । ଜୀବନ୍ତ ଉପହାର ରେ ଏକ କଲମୀ ଆମ୍ବ ଗଛ ଓ ଉତ୍ତରୀୟ ପ୍ରଦାନ କରାଯଇଥିଲା।  ମା ଭଗବତୀ ପାଲା ପରିଷଦ ର ଗାୟିକା ସୁର ଭାରତୀ ସସ୍ମିତା ପ୍ରଧାନ, ବାୟକ କଲ୍ୟାଣ ବେହେରା, ହାସ୍ୟ ଅଭିନେତା ସୁଧାକର ତରାଇ, ଭଜନ ସଂଗୀତ ମୁନା ନାୟକ, ସହଯୋଗୀ ସସ୍ମିତା ସାହୁ ଓ କୈଳାସ ବଳ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ଦେଖି ସହରବାସୀ ବୁଦ୍ଧିଜୀବୀ ଓ ଗୁରୁଜନ ଲୋକେ ଶ୍ରୀ ଜଗନ୍ନାଥ ଚାରିଟେନୁଲ ଟ୍ରଷ୍ଟ ର କର୍ମକର୍ତା ଙ୍କୁ ସାଧୁବାଦ ଦେଇଥିଲେ । କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଉପସଭାପତି ରଶ୍ମି ରଞ୍ଜନ ବାରିକ, ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ, ଗୌତମ ସାହୁ, କାଳନ୍ଦୀ ମଲ୍ଲିକ, ମନୋଜ ରାଉତ ଓ ଧୃତିରଞ୍ଜନ ବାରିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.