ପବିତ୍ର ତ୍ରୀ ଦିବସୀୟ ମା’ ସିଂହାସନୀଙ୍କ ରଜ ପର୍ବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ।

0 203

ପୋଲସରା ,୧୬/୦୬(ପିପିଟି): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରସିଦ୍ଧ ମା’ ସିଂହାସନୀଙ୍କ ବାର୍ଷିକ ରଜପର୍ବ ନିର୍ବିଘ୍ନ ଏବଂ ଶାନ୍ତି ଶୃଙ୍ଖଳାର ସହିତ ପାଳନ ହୋଇଯାଇଛି। ପୋଲସରା ଠାରୁ ୨୫ କିଲୋମିଟର ଦୂରତା ପାଣ୍ଡିରିପଡ଼ା ଗ୍ରାମ ପଞ୍ଚାୟତ କଷିପଡ଼ା ଗ୍ରାମର ଖଣ୍ଡଗଳ ଗୃହରେ କେଉଁ ଆବାହନ କାଳରୁ ଅବସ୍ଥାନ କରିଥିବା ମା’ ସିଂହାସନୀଙ୍କ ପୀଠରେ ୧୪,୧୫ ଓ ୧୬ ତାରିଖ ପର୍ଯ୍ୟନ୍ତ ତିନି ଦିବସୀୟ ରଜପର୍ବ ପାଳିତ ହୋଇଯାଇଛି। ବିଶ୍ଵାସ ଅଛି ଏହି ସ୍ବତନ୍ତ୍ର ତ୍ରି ଦିବସରେ ମା’ଙ୍କ ଦର୍ଶନ କଲେ ଭକ୍ତର ମନୋସ୍କାମନା ପୂରଣ ହୋଇଥାଏ। ଏଣୁ ମାସନ୍ତ ତିଥି ଦିବସ ପହିଲି ରଜ ଠାରୁ ତିନି ଦିବସ ଧରି ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ଏବଂ ଜିଲ୍ଲା ବାହାର ଜିଲ୍ଲା ଗୁଡ଼ିକରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସି ମା’ଙ୍କ ଦିବ୍ୟ ଦର୍ଶନ ଲାଭ କରି ନିଜକୁ ଧନ୍ୟ ମନେ କରିବାର ସୁଯୋଗ ପାଇଥାଆନ୍ତି। ଏହି ଅବସରରେ ଭକ୍ତ ଏବଂ ମାନସିକଧାରୀମାନେ ସ୍ଵତନ୍ତ୍ର ଭାବେ ମୁଣ୍ଡନ କରିବା ସହିତ ମା’ଙ୍କ ଦର୍ଶନ ଲାଭ କରି ଭୋଗରାଗ କରିଥାନ୍ତି। ଚଳିତ ବର୍ଷ ପ୍ରଥମକରି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ସଭାପତି ତଥା ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ନିଜେ ଉପସ୍ଥିତ ରହିବା ସହିତ ତାଙ୍କ ନିର୍ଦ୍ଦେଶରେ କମିଟିର କର୍ମକର୍ତ୍ତା ଓ ସଦସ୍ୟବୃନ୍ଦଙ୍କ ସମେତ ଅଗ୍ନିଶମ ବିଭାଗ, ବନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଜଳ ବିଭାଗ, ବିଦ୍ୟୁତ ବିଭାଗ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ସହଯୋଗରେ ସୁଚାରୁରୂପେ ଏହି ଯାତ୍ରା ସମାପନ ହୋଇଥିଲା। ରାତ୍ର ସମୟରେ ମନୋରଞ୍ଜନ ସକାଶେ ନାଟକ ମଂଚସ୍ଥ ହୋଇଥିଲା। ଶେଷରେ ଶାନ୍ତି ଏବଂ ଶୃଙ୍ଖଳାର ସହିତ ଯାତ୍ରା ସମାପନ ହେବାରେ ସହଯୋଗ କରିଥିବା ସମସ୍ତଙ୍କୁ କମିଟି ତରଫରୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରାଯାଇଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.