କୋଦଳା ,୧୬/୦୬(ପିପିଟି):ଦୀର୍ଘ ୩ ମାସ ଧରି ଭତ୍ତା ନ ପାଇ ଶେଷରେ ଜୀବନ ହାରିଦେଲେ ୬୬ ବର୍ଷୀୟା ବୃଦ୍ଧା। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମ ପଞ୍ଚାୟତର ଚଢିଆପଡା ଗ୍ରାମରେ। ଭତ୍ତା ଟଙ୍କା ଆକାଉଣ୍ଟ୍ କୁ ଆସିଲା କି ନାହିଁ ସେ ନେଇ ବାରମ୍ବାର ବ୍ୟାଙ୍କ ଦୌଡୁଥିଲେ। ଦୀର୍ଘ ୩ ମାସ ଧରି ଭତ୍ତା ନ ଆସିବାରୁ ମାନସିକ ଭାରସାମ୍ୟ ହରାଇ ଗତ ରବିବାର ଆତ୍ମହତ୍ୟା କରିଦେଲେ ବୃଦ୍ଧା ମହିଳା। ବୃଦ୍ଧା ଜଣକ ହେଲେ ଚଢିଆପଡା ଗ୍ରାମର ବି ସାବିତ୍ରୀ ଦୋରା। ଗୁରୁତର ଅବସ୍ଥାରେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଶଙ୍କଟାପନ୍ନ ଥିବାରୁ ଡକ୍ଟର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କର ମରଶରୀର କୁ ସେଠାରେ ପୋଷ୍ଟ ମୋଟମ୍ କରାଯିବା ପରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି । ନିର୍ବାଚନ ସମୟରେ ଭତ୍ତା ବୃଦ୍ଧି ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ସରକାର ଗଠନ ପରେ ପ୍ରତିଶ୍ରୁତି ତ ପୂରଣ ହୋଇନି। ଓଲଟା ପ୍ରଚଳିତ ଭତ୍ତା ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି। କାହାର ଦୁଇ ମାସ ତ ଆଉ କାହାର ଚାରି ମାସ ହେବ ଆକାଉଣ୍ଟ ଆସୁନି ଭତ୍ତା ଟଙ୍କା ।ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହିତାଧିକାରୀ । ବାରମ୍ବାର ବ୍ୟାଙ୍କ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି। ସେପଟେ ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିବା ସହ ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଦାବି କରିଛନ୍ତି ଆସ୍କା ସାଂସଦ ପ୍ରାର୍ଥୀନୀ ତଥା ବିଜେଡ଼ି ନେତ୍ରୀ ରଞ୍ଜିତା ସାହୁ ।ଗଞ୍ଜାମ ବେଗୁନିଆପଡା ରୁ ସୂର୍ଯ୍ୟ ନାରାୟଣ ବଡୁଙ୍କ
ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ