ଡୁରାରେ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ।

0 67

ଛତ୍ରପୁର,୧୬/୦୬(ପିପିଟି): ‘ବିକାଶର ଧାରା, ଓଡ଼ିଶା ସାରା’ ପରିପ୍ରେକ୍ଷୀରେ ଆଜି ରଙ୍ଗେଇଲୁଣ୍ଡା ବ୍ଲକର ଡୁରା ପଞ୍ଚାୟତରେ ଆୟୋଜିତ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ କରିବାର ସଙ୍କଳ୍ପକୁ ଆହୁରି ସୁଦୃଢ କରାଯାଇଛି।

ଜିଲ୍ଲାର ସ୍ୱଚ୍ଛତା ମାସ୍କଟ୍ “କୃଷ୍ଣ” ସହିତ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ-କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ସମ୍ମିଳିତ ଭାବେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ ।

ସପ୍ତାହର ପ୍ରତି ମଙ୍ଗଳବାର ଦିନ ଏହି ମହତ୍ କାର୍ଯ୍ୟରେ ସକ୍ରିୟ ଯୋଗଦାନ କରି ଗଞ୍ଜାମ ଜିଲ୍ଲାକୁ ସାରା ଦେଶରେ ସ୍ୱଚ୍ଛତାର ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସ୍ୱଚ୍ଛ ଗଞ୍ଜାମ, ସୁସ୍ଥ ଗଞ୍ଜାମ ଆମ ସମସ୍ତଙ୍କର ଦାୟିତ୍ୱ।

Leave A Reply

Your email address will not be published.