ଭଞ୍ଜ ମାଟିର କବିଙ୍କୁ ସମ୍ମାନ ଜଣାଇଲା ରୋଟାରୀ କ୍ଲବ।

0 193

ଭଞ୍ଜନଗର, ୧୩/୦୬(ପିପିଟି )ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଶ୍ରୀଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ରୋଟାରୀ କ୍ଲବ ଆନୁକୂଲ୍ୟରେ କବି ସମ୍ମିଳନୀ ଓ ସାରସ୍ୱତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ମାଟିରେ ରହି କାବ୍ୟ କବିତା ପ୍ରତି ରୁଚି ରଖିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ, ଭଞ୍ଜନଗର ଇନର ହୁଇଲ କ୍ଲବ ସଭାପତି ସୁନିତା ବାରିକ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଜଗବନ୍ଧୁ ଜେନା, ରୋଟାରିଆନ ସନ୍ତୋଷ ଜେନା ମଞ୍ଚରେ ଉପସ୍ଥିତ ଥିଲେ।ନେତାଜୀ ବିଷୋୟୀ ସଭାକର୍ଯ୍ୟ ସଂଯୋଜନା କରିଥିଲେ।ନିଜର କବିତା ମାଧ୍ୟମରେ ସମାଜକୁ ନୂତନ ଦିଗ ଦର୍ଶନ ଦେଉଥିବା ବରିଷ୍ଠ ଆଇନଜୀବି ତଥା କବି ସୋମନାଥ ନାୟକ,କବି ପ୍ରଶାନ୍ତ ମହାନ୍ତି,କବି ସୁରେଶ ଚନ୍ଦ୍ର ସ୍ୱାଇଁ, କାର୍ତ୍ତିକେଶ୍ୱର ପ୍ରଧାନ, ପଦ୍ମନାଭ ପ୍ରଧାନ, ରବୀନ୍ଦ୍ର ଆଚାର୍ଯ୍ୟ, ସୁଜାତା ସିଂ, ଗାୟତ୍ରୀ ସାହୁ,ତପସ୍ୱିନୀ ଆଚାର୍ଯ୍ୟ, ଗୋପାଳ କୃଷ୍ଣ ଲେଙ୍କା, ଦ୍ବିତୀକୃଷ୍ଣ ଲେଙ୍କା ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ରୋଟାରୀ କ୍ଲବ ପକ୍ଷରୁ ଭଞ୍ଜନଗର ଅଞ୍ଚଳର ସମସ୍ତ କବି ମାନଙ୍କୁ ଏକାଠି କରିବା ଭଳି ଏକ ନିଆରା କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବାରୁ ସମସ୍ତେ ଏହାକୁ ବେଶ ପ୍ରଶଂସା କରିଥିଲେ।ଏଥିରେ କ୍ଲବର ସମସ୍ତ ରୋଟାରିଆନ ଓ ଇନର ହୁଇଲ କ୍ଲବର ସଦସ୍ୟା ମାନେ ସହଯୋହ କରିଥିଲେ।

ରିପୋର୍ଟ -ଜେ. କେ ପଟ୍ଟନାୟକ ।

Leave A Reply

Your email address will not be published.