ଭଞ୍ଜନଗର, ୨୭/୦୫(ପିପିଟି ):ମଙ୍ଗଳବାର ସନ୍ଧ୍ୟାରେ ଭଞ୍ଜନଗର ଥାନା ଏସଆଇ ଲଷ୍ମୀଧର ମହାନ୍ତି ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଭେରେଡା ମେନ୍ ରୋଡରେ ପାଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ୨ଜଣ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ସୂଚନା ପାଇଥିଲେ।ତୁରନ୍ତ ପୋଲିସ ଟିମ ସେଠାରେ ପହଞ୍ଚିବା ବେଳକୁ ଉକ୍ତ ୨ଜଣ ବ୍ୟକ୍ତି ସେହି ସ୍ଥାନରୁ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଅଟକ ରଖିବା ସହ ଦୁଇଟି ପିଙ୍କ୍ କଲର ଜରି ବସ୍ତା ଜବତ କରିଥିଲା।ତଲାସୀ ବେଳେ ସେଥିରେ ଗଞ୍ଜେଇ ଥିବା ଜଣା ପଡିଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ଅନ୍ୟ ସାକ୍ଷୀଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ମୋଟ ୪୫.୩୪୦ କିଲୋଗ୍ରାମ ଥିବା ଜଣାପଡିଛି।ଗଞ୍ଜେଇ ଚାଲାଣରେ ବ୍ୟବହୃତ ଗାଡ଼ିନଂ ଓଡ଼ି 07 AY 5584 ଏବଂ ୧ ହଜାର ଟଙ୍କା ନଗଦ ଜବତ କରାଯାଇଛି।ଚାଲାଣକାରୀ ୨ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପାଙ୍ଗୁଲିର ସିଦ୍ଧାନ୍ତ ନୟାକ ଓ ଫିରିଙ୍ଗିଆର ଦେବେନ୍ଦ୍ର ଦିଗାଲ କୁ ଗିରଫ କରାଯାଇଛି।ବେଆଇନ ନିଶା କାରବାରକୁ ନେଇ ଭଞ୍ଜନଗର ଥାନାରେ କେସ ନଂ ୪୭୪/୨୬ ରେ ଏକ ମାମଲା ରୁଜ୍ଜୁ କରି ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।
(ଜେ.କେ ପଟ୍ଟନାୟକ)