ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ  ଶିବିର ଅନୁଷ୍ଠିତ ।

0 193

କୋଦଳା,୨୫/୦୫(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ସାନ ଉସ୍ତାପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା , ସରପଞ୍ଚ ସନ୍ତୋଷ କୁମାର ସ୍ବାଇଁଙ୍କ ଅଧକ୍ଷତାରେ ସକାଳ ୭ଘଣ୍ଟା ଠାରୁ ଅଭିଯୋଗ ଶୁଣାଣି ଆରମ୍ଭ ହୋଇ ୧୧ଟା ରେ ଶେଷ ହୋଇଥିଲା । ଏଥିରେ କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ବଡ଼ତ୍ୟା ଗ୍ରାମ୍ୟ ଉର୍ଣ୍ଣୟନ ସହକାରୀ ଯନ୍ତ୍ରୀ ଭି ଶଙ୍କର ରାଓ,ବିଭିଓ ଭବାନୀ ଶଙ୍କର ତ୍ରିପାଠୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ, ପିଇଓ ଦୁର୍ଗା ପ୍ରସାଦ ପଣ୍ଡା , ଏଡ଼ିଓ ପପୁନ କୁମାର ପ୍ରଧାନ , ଯୋଗାଣ ସହାୟକ ରଚନା ଗୌଡ଼, ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା, ଶୁଭଶ୍ରୀ ମହାରଣା ,ଯୋଗାଣ ଅଧିକାରୀ ବାଦଲ ବେହେରା ,କୃଷି ଅଧିକାରୀ ରାମଲାଲ ସମଦ , ବିପିସି ଚନ୍ଦ୍ର ଶେଖର ବେହେରା,  ସହକାରୀ ଉଦ୍ୟାନ ଅଧିକାରୀ ସୁଭାଶିଷ ପାତ୍ର, ରହି  ଅଭିଯୋଗ ଶୁଣାଣୀ କରିଥିଲେ ।  ବ୍ଲକ କର୍ମଚାରୀ, ପଂଚାୟତ କର୍ମଚାରୀ  ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏଥିରେ ମୋଟ ୮ଗୋଟି ଅଭିଯୋଗ ହୋଇଥିଲା ବେଳେ ସେଥିମଧ୍ୟରୁ ରାସନ କାର୍ଡ ୩ଟି ଭତା ୪ ଗୋଟି ସୁଭଦ୍ରା ୧ଗୋଟି ର ଅଭିଯୋଗକୁ ଶୁଣାଣି କରି ନିର୍ଧାରିତ ବିଭାଗକୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିଥିଲେ ବେଗୁନିଆପଡ଼ା ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନିରଞ୍ଜନ ବେହେରା ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.