ପୋଲସରା ,୧୯/୦୫(ପିପିଟି) : ପୋଲସରା ପୌରପରିଷଦ ୧୩ ନଂ. ୱାର୍ଡ ରତନୀ ସାହିର ବାସିନ୍ଦା ସ୍ୱର୍ଗତ ଶଙ୍କର ଦାସଙ୍କ ଦ୍ୱାଦଶାହ ଅଶୃଳ ଶ୍ରଦ୍ଧାଞ୍ଜଳି ଦିବସ ତାଙ୍କ ବାସଭବନ ଠାରେ ପାଳିତ ହୋଇଯାଇଛି। ସେ ପୋଲସରା ବିଦ୍ୟୁତ ବିଭାଗରେ କାର୍ଯ୍ୟକରି ଅବସର ନେଇସାରିଥିଲେ। ଚଳିତ ୧୮ ତାରିଖ ସୋମବାର ଜ୍ୟେଷ୍ଠ ଶୁକ୍ଳ ପକ୍ଷ ତିଥି ଦିବସରେ ପରିବାର ତରଫରୁ ଆୟୋଜିତ ଶ୍ରଦ୍ଧାର୍ଘ୍ୟ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ସମେତ ବିଦ୍ୟୁତ ବିଭାଗର ଷ୍ଟାଫ୍ ଓ କର୍ମଚାରୀ, ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦ ଯୋଗଦେଇ ତାଙ୍କର ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ଅମର ଆତ୍ମାର ସଦଗତି କାମନା ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ। ଏହି ସମୟରେ ଭଜନ ସଂକୀର୍ତ୍ତନ କାର୍ଯ୍ୟକ୍ରମ କରାଯାଇଥିଲା। ସୂଚନା ଯୋଗ୍ୟ ଯେ, ପୂର୍ବତନ ୧୪ ନଂ ୱାର୍ଡ କାଉନସିଲର ଶଶାଙ୍କ ଶେଖର ଦାସଙ୍କ ସେ ବଡ ଭାଇ ଥିଲେ। ତାଙ୍କର ୩ ଜଣ ପୁତ୍ର ଏବଂ ଜଣେ କନ୍ୟା ଅଛନ୍ତି।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା