ମନ୍ତ୍ରୀ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ସରକାରୀ ଯୋଜନାର ବଂଟନ ।

0 232

ଯାଜପୁର,୧୬/୦୫(ପିପିଟି ): ଧର୍ମଶାଳା ବ୍ଲକ ଜାରକାସ୍ଥିତ ମହୋତ୍ସବ ପଡିଆରେ ଆଜି ପଂଚାୟତରାଜମନ୍ତ୍ରୀ ଓ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ହିତାଧିକାରୀମାନଙ୍କୁ ସରକାରୀ ଯୋଜନା ପ୍ରଦାନ କରା୍‌ଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଂଚାୟତରାଜ ମନ୍ତ୍ରୀ ରବି ନାୟକ ଓ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇଥିଲେ । ମନ୍ତ୍ରୀ ଶ୍ରୀ ନାୟକ ,ବିଧାୟକ ଶ୍ରୀ ସାହୁ ଜାରକାରେ ପହଁଚିବା ପରେ ବିଜେପି କର୍ମୀମାନେ ସେମାନଙ୍କୁ ଏକ ଖୋଲା ଜିପରେ ବାସାଇ ବାଜ, ବାଣ ଓ ରୋଶଣୀ କରି ମଂଚ ନିକଟକୁ ପାଛୋଟି ଆଣିଥିଲେ । ମନ୍ତୀ ଶ୍ରୀ ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିବା ସହ ଗ୍ରମାଂଚଳରେ କରାଯାଇଥିବା ମେଗା ପାନୀୟ ଜଳପ୍ରକଳ୍ପ ମାଧ୍ୟମରେ ଲୋକମାନେ ୨୦୨୭ ମର୍ଚ୍ଚ ମାସ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ପାଇ ପାରିବେ ବୋଲି କହିଥିଲେ । ସେହିପରି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବସବାସ କରୁଥିôବା ସମସ୍ତ ଗରିବ ଭୁମିହିନ ମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯିବା ସହ ଅନ୍ତୋଦ୍ୱୟ ଗୃହ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ସାହୁ କହିଥିଲେ । ମନ୍ତ୍ରୀ ଶ୍ରୀ ନାୟକ ଓ ବିଧାୟକ ଶ୍ର୍ରୀ ସାହୁଙ୍କ ଦ୍ୱାରା ଧର୍ମଶାଳା ନିର୍ବଚନ ମଣ୍ଡଳୀ ଅନ୍ତର୍ଗତ ୫୪ ପଂଚାୟତରୁ ୯୬୬ ଜଣ ହିତାଧିକାରୀଙ୍କୁ ଅନ୍ତୋଦ୍ୱୟ ଆବାସର କା୍‌ର୍ଯ୍ୟାଦେଶ, ୫୮୮ ଜଣଙ୍କୁ ରାସନ କାର୍ଡ, ୬୨୭ ଜଣ ହିତାଧିକାରୀଙ୍କୁ ଭତା ଓ ୧୧୮ଜଣ ଭୁମିହିନଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ । ଧର୍ମଶାଳା ବିଡିଓ ଜେୟାତିର୍ମୟ କରଙ୍କ ସଭାପତିତ୍ୱରେ ଆୟୋଜିତ କା୍‌୍‌ର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ବର କୁମାର କର, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ, ଜିଲ୍ଲା ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି,ରସୁଲପୁର ବିଡ଼ିଓ ସଦାନନ୍ଦ ଦାସ, ଧର୍ମଶାଳା ତହସିଲଦାର ସମୀର ଦାସ, ଭାଜପା ଜିଲ୍ଲାସଭାପତି ଦେବଯାନୀ ପ୍ରଧାନ, ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଡିଓ ଶ୍ରୀ କର ଅତିଥି ପରିଚୟ ଓ ପ୍ରାରମ୍ଭୀକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ପ୍ରଶାସନ ସମେତ ଯୁବ ସଙ୍ଗଠକ ରାଜେଶ ପାଳ, ଦେବରାଜ ମିଶ୍ର , ପ୍ରଦୀପ ପରିଡା, ଜିତେନ୍ଦ୍ର ରାଉତ, ଅଭିଶେକ ରାଉତ, ଚନ୍ଦ୍ରମଣି ପଣ୍ଡିତ,ଆଲୋକ ଲେଙ୍କା, ତପନ ମାହୁନ୍ତ, ଉପେନ୍ଦ୍ର କର ଓ ସବ୍ୟସାଚୀ ସୁନ୍ଦରରାୟ ପ୍ରମୁଖ ପରିଚାଲାନା କରିବାରେ ସହାୟତା କରିଥିଲେ । ଏହି ଅବସରରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାସ୍ତରରେ ଏ୧ ରଖିଥିବା ୯ ଜଣ ମେଧାବୀ ଛାତ୍ରଛାତ୍ରିଙ୍କୁ ମନ୍ତ୬ୀ ଓ ବିଧାୟକଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏଥିସହ ୧୦୪ ଜଣ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ତିନି ଚକିଆ ଇସ୍କୁଟର ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ସରପଂଚ, ସମିତି ସଭ୍ୟ ଓ ହଜାର ହଜାର କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.