ସ୍ଵର୍ଗତ ଗଙ୍ଗାଧର ସାହୁଙ୍କ‌ ଦ୍ବାଦଶାହ ଉପଲକ୍ଷେ ଶିଶୁ ବିଦ୍ୟା ମନ୍ଦିରରେ ସ୍ମୃତି ଚାରଣ ସଭା।

0 250

ପୋଲସରା, ୧୧/୦୫(ପିପିଟି) :ଗଞ୍ଜାମ ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏବଂ ପୋଲସରା ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପିତା ✓ଗଙ୍ଗାଧର ସାହୁଙ୍କ ଦ୍ଵାଦଶାହ ପୁଣ୍ୟ ତିଥି ଦିବସ ଉପଲକ୍ଷେ ଶିଶୁ ମନ୍ଦିରରେ ଏକ ସ୍ମୃତି ଚାରଣ ସଭା ବିଦ୍ୟାଳୟର ଉପସଭାପତି ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ପାଦକ ସନ୍ତୋଷ କୁମାର ମହାରଣା,କୋଷାଧ୍ୟକ୍ଷ କୁମୁଦ ଚନ୍ଦ୍ର ଦାଶ ଓ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କ ସମେତ ସମସ୍ତ ଗୁରୁମା ,ମାଉସୀ ମା ଓ ବାହନ ଚାଳକ ଭାଇ ମାନେ ଉପସ୍ଥିତ ରହି ସ୍ବର୍ଗତ ସାହୁଙ୍କ ଫୋଟ ଚିତ୍ରରେ ଭକ୍ତିପୂତ ଭାବେ ପୁଷ୍ପାଞ୍ଜଳି ପ୍ରଦାନ,ନୀରବ ପ୍ରାର୍ଥନା କରି ଗୁଣଗାନ ପୂର୍ବକ ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଦିବଂଗତ ଆତ୍ମାର ସଦଗତି କାମନା ସ୍ୱରୂପ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.