ଯାଜପୁର ,୦୯/୦୫(ପିପିଟି):ଧର୍ମଶାଳା ବିଧାୟକ ହିମାଂଶୁ ଶେଖହର ସାହୁ ଆଜି ନିଜ କାର୍ଯ୍ୟାଳୟରେ ସାଧରଣ ଲୋକମାନଙ୍କ ସମସ୍ୟା ସମାଧାନ କରିବା ଉଦେଶ୍ୟରେ ଜାରକା କୁମାରୀ ସ୍ଥିତ ନିଜ କାର୍ଯାଳୟରେ ଏକ ଜନଶୁଣାଣୀ କରିଛନ୍ତି । ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁ ରହି ପ୍ରତ୍ୟକ୍ଷ ଭାବେ ନିର୍ବାଚନ ମଣ୍ଡଳୀର ସାଧାରଣ ଲୋକମାନଙ୍କ ସମସ୍ୟା ଶୁଣି ଏହାକୁ ସମାଧାନ କରିବା ପାଇଁ ବିଭିନ୍ନ ଦାୟିତ୍ୱରେ ରହିଥିବା କର୍ମୀମାନଙ୍କ ଦ୍ୱାରା ସମସ୍ୟାର ସମାଧାନ କରିଛନ୍ତି । ବିଧାୟକଙ୍କ ଏହି ଜନଶୁନାଣୀ ଦିବା ୧୧ ଘଟିକାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଚାଲିଥିଲା ବେଳେ ନିର୍ବାଚନ ମଣ୍ଡଳୀର ସମସ୍ତ ୫୪ ଗୋଟି ପଂଚାୟତରୁ ଶହ ଶହ ଲୋକମାନେ ଉପସ୍ଥିତ ହୋଇ ବିଧାୟକଙ୍କୁ ନିଜ ନିଜର ସମସ୍ୟା ସମ୍ପର୍କରେ କହିଥିଲେ । ଆଜିର ଏହି ଜନଶୁଣାଣୀକୁ ଯୁବ ସଙ୍ଗ୍ଠକ ରାଜେଶ କୁମାର ପାଳ, ଦେବରାଜ ମିଶ୍ର, ଜିତେନ୍ଦ୍ର ରାଉତ, ଆଲୋକ ଲେଙ୍କା, ପ୍ରଦୀପ ପୃଷ୍ଟି, ତପନ କୁମାର ମାହୁନ୍ତ, ଉପେନ୍ଦ୍ର କୁମାର କର, ଅଭିଶେକ ରାଉତ, ସିବୁଲି ଧିର, ତୀର୍ଥରାଜ ପଣ୍ଡା, ତୁସାର ରାୟ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ ।