ବୁଗୁଡା ପିପୁଲସ କଲେଜରେ ବିଶ୍ୱ ରେଡକ୍ରସ ଦିବସ ପାଳନ ।

0 215

ପୋଲସରା ୦୯/୦୫(ପିପିଟି) : ମଇ ୦୮ ତାରିଖକୁ ବିଭିନ୍ନ ଦେଶରେ ବିଶ୍ୱ ରେଡକ୍ରସ ଦିବସ ଭାବେ ପାଳନ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଯୁବ ରେଡକ୍ରସ ୟୁନିଟ ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଇଥିଲା। ଯୁବ ରେଡକ୍ରସ ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଭାଇସ-ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କାଇଥିଲେ ଓ ଅଧ୍ୟାପକ ଲୋକନାଥ ବେହେରା ଅତିଥି ଭାବେ ଯୋଗଦେଇଥିଲେ। ନାୟକ ଓ ବେହେରା ରେଡକ୍ରସ ଦିବସ ପାଳନର ମୌଳିକ ଆଦର୍ଶ ଓ ଆବଶ୍ୟକତା ବିଷୟରେ ଯୁବ ସ୍ୱେଚ୍ଛାସେବୀ ବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ। ଯୁବ ରେଡକ୍ରସର ଉପଦେଷ୍ଟା ଶ୍ରୀ ଖଣ୍ଡୁଆଳ ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜୀବନୀ, ଆଦର୍ଶ ଓ ଯୁଦ୍ଧରେ ପୀଡିତଙ୍କ ସେବା ବିଷୟରେ ଉଲ୍ଲେଖ କରିବା ସହ ରେଡ କ୍ରସ ର ସୃଷ୍ଟି ଓ ସାତଟି ଆଦର୍ଶ ବିଷୟରେ ପ୍ରକାଶ କରି ସ୍ୱେଚ୍ଛାସେବୀ ମାନେ ବିଶ୍ୱର ବିଭିନ୍ନ ଯୁଦ୍ଧ , ବନ୍ୟା ଓ ବାତ୍ୟା ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଃସ୍ୱାର୍ଥପର ସେବା ଯୋଗାଇବାକୁ ଆହ୍ୱାନ ଦେଇଥିଲେ। ଶେଷରେ ସ୍ୱେଚ୍ଛାସେବୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.