ବସ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ମୃତ ୧୫ ଆହତ ।

0 252

କୋଦଳା,୦୯/୦୫(ପିପିଟି):ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲା କୋଦଳାରେ ଦୁଖଦଃ ଘଟଣା ଘଟିଯାଇଛି, ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୫ ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହାତ ହୋଇଥିବା ଜଣାପଡ଼ିଛି । ଶନିବାର ଭୋର ସମୟରେ ପୋଲସରା ଠାରୁ ପୁରୀ ଅଭିମୁଖେ ଘରୋଇ ଯାତ୍ରୀବାହି ବସ ଦୁର୍ଗାମାଧବ ଯାଉଥିବା ବେଳେ କୋଦଳା ଲୁହାଶଙ୍ଖ ନିକଟ ବାଲିଢ଼ାବା ସମ୍ମୁଖରେ ବିପରୀତ ଦିଗ କଟକ ଠାରୁ ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ ସହିତ ମୁହାଁମୁହିଁ ଧକ୍କାହୋଇଥିଲା, ଏତେ ଜୋର ଧକ୍କା ହୋଇଥିଲା ଯେ ଉଭୟ ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ ଚୁର୍ଣ୍ଣ ହୋଇଯାଇଥିଲା, ଘଟଣା ସ୍ଥଳରେ ଥିବା ଲୋକେ ଦମକଳ ଓ ପୋଲିସକୁ ଖବର ଦେବା ସହିତ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଥିଲେ, ଘଟଣାରେ ଟ୍ରକ ଡ୍ରାଇଭର ଚିପିହୋଇ ରହିଯାଇଥୁବା ବେଳେ ତାଙ୍କୁ ବାହାର କରାଯାଇ କୋଦଳା ମେଡିକାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଯାତ୍ରୀବାହି ବସରେ ଥିବା ୧୫ ରୁ ଉର୍ଦ୍ଧ୍ୱ ଯତ୍ରୀଙ୍କୁ ଆମ୍ବୁଲାନ୍ସ ଓ ଦମକଳ ଦ୍ୱାରା କୋଦଳା ମେଡିକାଲକୁ ନିଆଯାଇଥିବା ବେଳେ ଗୁରୁତର ଦୁଇଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ପଠାଇ ଦିଆଯାଇଛି । ମୃତ ଡ୍ରାଇଭର କଟକ ବଡମ୍ବାର ତପନୀ ରାଉତଙ୍କ ପୁତ୍ର ବିଶ୍ୱନାଥ ରାଉତ (55)ବୋଲି ଜଣାପଡ଼ିଛି । ମୁଖ୍ୟରାସ୍ତାରେ ଦୁର୍ଘଟଣାଟି ଘଟିଥିବାରୁ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଉପୁଜିଥିଲା, କୋଦଳା ପୋଲିସ ସମସ୍ତ ସମସ୍ୟା ନିୟନ୍ତ୍ରଣରେ ରଖିଥିଲା ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.