ବୃଦ୍ଧ ଭୂମିହୀନ ଦମ୍ପତ୍ତିଙ୍କୁ ମିଳୁନି ଜମିପଟ୍ଟା, ଦିର୍ଘଦିନ ଦିନ ଧରି ଅନ୍ୟ ଘରେ ନେଇଛନ୍ତି ଆଶ୍ରୟ।

0 0

ବୋଲଗଡ଼,୦୩/୦୫(ପିପିଟି):ରାଜ୍ୟ ସରକାର ଭୂମିହୀନ ପରିବାରକୁ ଚିହ୍ନଟ କରି ବସୁନ୍ଧରା ଯୋଜନା ରେ ଜମି ଜାଗା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ମାତ୍ର ପ୍ରଶାସନିକ ସ୍ଥାଣୁତା ପାଇଁ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ବୃଦ୍ଧ ଦମ୍ପତ୍ତି ମହରଗ ପଲେଇ ୬୫ , ସୁନା ଦେଇ ୬୨ ,ଓ ତାଙ୍କ ପୁଅ, ବୋହୂ ଓ ନାତୁଣୀ ଭୂମିହୀନ ପରିବାର ବେସହରା ହୋଇ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ବସୁନ୍ଧରା ଯୋଜନା ଏହି ଦମ୍ପତ୍ତିଙ୍କ ପାଇଁ ସାତ ସପନ ପାଲଟିଛି। ମୁଣ୍ଡ ଗୁଞ୍ଜିବା ପାଇଁ ଅନ୍ୟ ଘରେ ଆଶ୍ରୟ ନେଇ ଆସୁଛନ୍ତି। ଭଗବାନଙ୍କ ଉପରେ ଭରସା କରି ଦାରିଦ୍ର୍ୟ ସୀମାରେଖା ତଳେ ବଞ୍ଚୁଥିବା ପରିବାର ଭାଗ୍ୟ କଣ ଏହାଯେ ଦୀର୍ଘବର୍ଷ ଧରି ଅନ୍ୟ ଘରେ ଝାଟିମାଟି ଜରାଜୀର୍ଣ୍ଣ ଚାଳ ଛାଉଣି କୁଡିଆ ଭିତରେ ବିତାଇବାକୁ ପଡୁଛି ଜୀବନ। ଜମି ପଟ୍ଟା ନଥିବାରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏଠି ଗରିବଙ୍କ ପାଇଁ ଆବାସଗୃହ ସାତସପନ କହିଲେ ଅତୁକ୍ତି ହେବନାହିଁ। ପରିବାରର ଆର୍ଥିକ ସ୍ଥିତି ସେପରି ଭଲ ନୁହେ। ଏମିତି କି ସେହି ଚାଳଛପର ଘରଟିକୁ ଛାଉଣୀ କରିବାକୁ ସକ୍ଷମ ନୁହନ୍ତି। ତାଙ୍କର ଏକ ମାତ୍ର ପୁତ୍ର ଜାହା ରୋଜଗାର କରି ଆଣନ୍ତି ତାହା ପରିବାର ପେଟକୁ ନିଅଣ୍ଟ ହୋଇ ଥାଏ। ସରକାରଙ୍କ ତରଫରୁ ମିଳୁଛି ଅନ୍ତୋର୍ଦୟ ଚାଉଳ ଏବଂ ବାର୍ଦ୍ଧକ୍ୟ ଭତ୍ତା ଯାହାକି ମାସ ଶେଷକୁ ନିଅଣ୍ଟ ହେଉଛି। ରହିବା ପାଇଁ ପଟ୍ଟା ଓ ଆବାସ ଯୋଜନା ପାଇଁ ବାରମ୍ଵାର ଆରଆଇ , ତହସିଲଦାର , ଜିଲ୍ଲା ପାଳଙ୍କ ଠାରୁ ସରକାରୀ ବାବୁଙ୍କୁ ବାରମ୍ବାର ଗୁହାରି କରି ଥିଲେ ମଧ୍ୟ ପ୍ରତିଶୃତି ବ୍ୟତିତ କିଛି ସୁଫଳ ମିଳି ନାହିଁ। ସ୍ଥାନୀୟ ପ୍ରସାସନ କିପରି ଘରବାରି ପଟ୍ଟା ଓ ଆବାସ ଯୋଜନା ସହାୟତା ମିଳିଲେ ସିଏ ଉପକୃତ ହେବେ ବୋଲି ପିପିଟି ନ୍ୟୁଜ ମାଧ୍ୟମ ରେ ଜଣାଇଛନ୍ତି। ଦେଖିବାକୁ ବାକିରହିଲା ଏହି ବୃଦ୍ଧ ଦମ୍ପତି ଙ୍କ ଦୁଃଖ କେବେ ପ୍ରଶାସନ ବୁଝୁଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)

Leave A Reply

Your email address will not be published.