ଜଗନ୍ନାଥ ଯୋଗାଳୟ ପକ୍ଷରୁ ସମ୍ବର୍ଦ୍ଧନା ।

0 0

ଭୁବନେଶ୍ବର ୦୨/୦୫(ପିପିଟି):: ପୋଖରୀପୁଟ ମଧୁସୂଦନ ପାର୍କ ସ୍ଥିତ ଶ୍ରୀଜଗନ୍ନାଥ ଯୋଗାଳୟ ପକ୍ଷରୁ ବରିଷ୍ଠ ନାଗରିକ ଦୀପକ କୁମାର ତ୍ରିପାଠୀ,ପଣ୍ଡିତ ପ୍ରବିଣ ମହାପାତ୍ର ଓ କୃଷ୍ଣ ପ୍ରସାଦ ଜେନାଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ଦୀପକ କୁମାର ତ୍ରିପାଠୀ ବରେଣ୍ୟ ଅତିଥି ରୂପେ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରସାନନ୍ଦ ସାହୁ, ଶିଶିର ଦାଶ, ନିରଞ୍ଜନ ସେନ, ରମେଶ ପାତ୍ର, ସୁଦର୍ଶନ ମହାଳିକ, ଭାସ୍କର ସେଠ, ବିଷ୍ନୁ ପ୍ରଧାନ, ଦଶରଥ ନନ୍ଦ, ଲମ୍ବୋଦର ପଣ୍ଡା, ତରଣୀ ସେନ ନାୟକ, ଅଭୟ ମହାପାତ୍ର, ହର୍ଷବର୍ଦ୍ଧନ ଉଦ୍ଗାତା ପ୍ରମୂଖ ଅଂଶଗ୍ରହଣ କରିଥିଲେ । ଶେଷରେ ପଠାଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Leave A Reply

Your email address will not be published.