ବ୍ରହ୍ମପୁରରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ।

0 0

ବ୍ରହ୍ମପୁର,୦୧/୦୫(ପିପିଟି): ବ୍ରହ୍ମପୁର ସଂସ୍କୃତି ଭବନ ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାଂସଦ ବ୍ରହ୍ମପୁର ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ଦିବସର ଉଦ୍ଦେଶ୍ୟ,ସୁବିଧା, ଅସୁବିଧା ବିଷୟରେ ଆଲୋକପାତ କରିଥିଲେ । ମେ ୧ କୁ ଜାତିସଂଘ ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରିବା ନିମନ୍ତେ ସ୍ଥିର କରାଯାଇଛି । ଗଞ୍ଜାମ ଜିଲ୍ଲାର ଶ୍ରମିକମାନେ ଭାରି ପରିଶ୍ରମୀ,ସରଳ, ନିଷ୍କପଟ ଓ ସମୟାନୁବର୍ତ୍ତି ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା,ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର,ବ୍ରହ୍ମପୁର ମହାନଗର ନିଗମ କମିଶନର ସୁଶ୍ରୀ ଏ ସସ୍ୟ ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର,ଯୁଗ୍ମ ଶ୍ରମ ଆୟୁକ୍ତ ସୁମିତ୍ରା ମାଝୀ ଉପସ୍ଥିତ ରହିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଭଗୀୟ ଶ୍ରମ ଆୟୁକ୍ତ ବ୍ରହ୍ମପୁର,ବାବୁଚରଣ ପାତ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସୂରଥ କୁମାର ସ୍ୱାଇଁ, ସହକାରୀ ଶ୍ରମ ଅଧିକାରୀ,ଭଞ୍ଜନଗର ସଭା ପରିଚାଳନା କରିଥିଲେ । ବର୍ଷା ରାଣୀ ଜେନା,ଜିଲ୍ଲା ଶ୍ରମ ଅଧିକାରୀ ଛତ୍ରପୁର, ଶୁଭଲକ୍ଷ୍ମୀ ବେହେରା,ଜିଲ୍ଲା ଶ୍ରମ ଅଧିକାରୀ ବ୍ରହ୍ମପୁର ଏବଂ ଜିଲ୍ଲାର ସମସ୍ତ ସହକାରୀ ଶ୍ରମ ଅଧିକାରୀ ଆୟୋଜିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ୩୭୦ ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ନିମନ୍ତେ ୨୫,୪୫,୪୦୦ ଟଙ୍କା, ୬୪୪ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ନିମନ୍ତେ ୩,୨୧,୨୮,୦୦୦ ଟଙ୍କା, ୩୯ ଜଣ ହିତାଧିକାରୀଙ୍କୁ ପ୍ରସୁତୀକାଳୀନ ସହାୟତା ନିମନ୍ତେ ୩,୯୦,୦୦୦ ଟଙ୍କା, ୧୧୪ ଜଣ ହିତାଧିକାରୀଙ୍କ ମନୋନୀତ ବ୍ୟକ୍ତିଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ବାବଦକୁ ୩,୧୨,୦୦୦୦୦ ଟଙ୍କା, ୯୪ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ଜନିତ ସହାୟତା ରାଶି ବାବଦକୁ ୪,୭୦,୦୦୦ ଟଙ୍କା ଏବଂ ଏହିପରି ୧୧୬୧ ଜଣ ହିତାଧିକାରୀଙ୍କୁ ମୋଟ ୬,୬୭,୩୦,୪୦୦ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଯିବ ।

ଏହି ସମାରୋହରେ ୨୦୦ ଜଣ ନିର୍ମାଣ ଶ୍ରମିକ ଏବଂ ୫୦ଜଣ ଅଣ ସଂଗଠିତ ପଞ୍ଜୀକୃତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଅଛି। ଗଞ୍ଜାମ ଜିଲ୍ଲାର ଅଦ୍ୟାବଧି ମୋଟ ୪୨୦୭୪୦ ଜଣ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି ସେହିପରି ୩୪୫୦୩ ଜଣ ଶ୍ରମିକଙ୍କୁ ଅଣ ସଂଗଠିତ ବୋର୍ଡରେ ପଞ୍ଜୀକୃତ ହୋଇଛନ୍ତି । ଆଜି ସୁଦ୍ଧା ଆମ ଜିଲରେ ଓଡ଼ିଶା ଅଣ ସଂଗଠିତ ସାମାଜିକ କଲ୍ୟାଣ ବୋର୍ଡ ଅଧୀନରେ ୧୪୯ ଜଣଙ୍କ ମନୋନୀତ ବ୍ୟକ୍ତିଙ୍କୁ ମୋଟ ୨,୭୧,୦୦୦୦୦ ଟଙ୍କା ମୃତ୍ୟୁକଳୀନ ସହାୟତା ପ୍ରଦାନ କରାଯାଇଛି ।

ପରିଶେଷରେ ଶ୍ରୀମତୀ ଜେନା,ଜିଲ୍ଲା ଶ୍ରମ ଅଧିକାରୀ,ଛତ୍ରପୁର ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.