ବିଧାୟକ ଓ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳନ୍ୟାସ ।

0 12

ଆଠଗଡ଼,୨୮/୦୪ :ବଡ଼ମ୍ବା – ନରସିଂହପୁର ବିଧାୟକ ବିଜୟ ଦଳ ବେହେରା ଏବଂ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ଵାରା ନରସିଂହପୁର ଅଞ୍ଚଳରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ବିଭିନ୍ନ ପ୍ରକଳ୍ପର ଶିଳନ୍ୟାସ କରାଯାଇଛି। ସ୍ଥାନୀୟ ତହସିଲଦାର ଅମ୍ରିତା ସାହୁ, ବିଡ଼ିଓ ପ୍ରଳୟାନନ୍ଦ ଶତପଥୀଙ୍କ ସମେତ ବିଭାଗୀୟ ଅଧିକାରୀ ଦଳୀୟନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ।ପ୍ରକଳ୍ପ ଗୁଡିକ ମଧ୍ୟରେ ହନୁମାନ୍ତ ସାଗର ଉନ୍ନତିକରଣ ପାଇଁ ୨୦ ଲକ୍ଷ,ନରସିଂହପୁର ପାଠାଗାର ଗୃହ ନିର୍ମାଣ ପାଇଁ ୬୦ ଲକ୍ଷ,ଶବ ବ୍ୟବଚ୍ଛେଦ ଗୃହ ପାଇଁ ୧୦ ଲକ୍ଷ ଏବଂ ଶିକ୍ଷକ ଭବନ ଗୃହ ପାଇଁ ୧୦ ଲକ୍ଷ ମିଶାଇ ମୋଟ ଏକ କୋଟି ଟଙ୍କାର ଶିଳାନ୍ୟାସ କରାଯାଇଥିବା ବିଡ଼ିଓ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.