ଆଠଗଡ ଯୋଗସେବା କେନ୍ଦ୍ରର ରଜତ ଜୟନ୍ତୀ ପାଳିତ ।

0 175

ଆଠଗଡ଼,୨୬/୦୪ : ଆଠଗଡସ୍ଥିତ ଯୋଗସେବା କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ଯଅତିଥି ଭାବେ ଜଗତପୁର ପ୍ରଜ୍ଞାନ ମିଶନ ପ୍ରମୁଖ ସ୍ବାମୀ ଅଞ୍ଜନେୟାନନ୍ଦ ଗିରି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ପ୍ରଫେସର ଡକ୍ଟର ନିରଞ୍ଜନ ପାଢୀ। ସମ୍ନାନିତ ଅତିଥି ଭାବେ ପ୍ରଫେସର ଡକ୍ଟର ନରୋତ୍ତମ ଗାହାଣ, ଉତ୍କଳ ବିଶ୍ୱବିଦ୍ୟାଳୟ ଯୋଗ ବିଭାଗର ଅଧ୍ୟାପକ ଡକ୍ଟର ବିଶ୍ବରଞ୍ଜନ ରଥ ଓ ଆଠଗଡ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା ଯୋଗ ଦେଇଥିଲେ। ଯୋଗସେବା କେନ୍ଦ୍ରର ସଭାପତି ଡାକ୍ତର ଗୋକୁଳାନନ୍ଦ ପତ୍ରୀଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା ।  ଆରମ୍ଭରେ ଅତିଥିମାନେ ଯୋଗଗୁରୁ ମାନଙ୍କ ଫଟୋଚିତ୍ରରେ ମାଲ୍ୟାପ୍ରଣ କରି ପ୍ରଦାପ ପ୍ରଜ୍ବଳନ କରିଥିଲେ। କେନ୍ଦ୍ରର ପ୍ରତିଷ୍ଠାତା ସ୍ବାମୀ ତ୍ରୟୋମ୍ବକେଶ୍ବର ସରସ୍ବତୀ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଅବର୍ତ୍ତମାନରେ ସେମାନଙ୍କ ଲାଗି ସଭାରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ବାଗତ ସଂଗୀତ ଗାନ କରିଥିଲେ ଯତିସୁନ୍ଦର ମହାପାତ୍ର ପରେ ଭକ୍ତି ସଂଗୀତରେ ନୃତ୍ୟ କରିଥିଲେ ସାଲିନୀ ଦାସ ଏବଂ ରଶ୍ମିତା ମହାରଣା। ରଜତ ଜୟନ୍ତୀ ଉତ୍ସବ ସମ୍ବନ୍ଧରେ ସମ୍ୟକ ସୂଚନା ରଖିଥିଲେ ସଭାପତି ଡାକ୍ତର ଗୋକୁଳାନନ୍ଦ ପତ୍ରୀ। ସଂପାଦକ ସଦାଶିବ ରଣା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଯୋଗସେବା କେନ୍ଦ୍ରର ସଦସ୍ୟମାନେ ନିଖୁଣ ଯୋଗ ପ୍ରଦର୍ଶନ କରିବା ପରେ ଅତିଥିମାନେ ସେମାନଙ୍କ ସମ୍ଭାଷଣ ରଖିଥିଲେ। ଅତିଥିମାନେ ଯୋଗ କ’ଣ,ଏହାର କାର୍ଯ୍ୟକାରିତା ଓ କୌଶଳ ସମ୍ବନ୍ଧରେ ନିଜର ଅଭିଭାଷଣ ରଖିଥିଲେ। ସମ୍ନାନିତ ଅତିଥି ପ୍ରଫେସର ଗାଣ ନିର୍ବାଣ ଓ ଅଷ୍ଟାଙ୍ଗ ଯୋଗ ଉପରେ ଆଲୋକପାତ କରିଥିଲେ। ଯୋଗ ଅଧ୍ୟାପକ ଡକ୍ଟର ରଥ ଯୋଗ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ। ମୁଖ୍ୟବକ୍ତା ପ୍ରଫେସର ପାଢୀ ଶୃଙ୍ଖଳା,ସେବା,ସଂଯମ ଓ ସଂସ୍କାର ଉପରେ ନିଜର ଅଭିମତ ରଖିଥିଲେ। ରଜତ ଜୟନ୍ତୀ ଉତ୍ସବ ଉପଲକ୍ଷେ ପୂର୍ବରୁ ଯୋଗାସନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ। ଯୋଗସେବା କେନ୍ଦ୍ର ପ୍ରତି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ରହିଥିବା ଅବଦାନ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧିତ ବ୍ୟକ୍ତିତ୍ବ ମାନେ ହେଉଛନ୍ତି, ଯଦୁମଣି ପଟ୍ଟନାୟକ,ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସୁବାସ ସ୍ବାଇଁ, ଚିତ୍ରସେନ ସ୍ବାଇଁ, ଡାକ୍ତର ଗୋକୁଳାନନ୍ଦ ପତ୍ରୀ, ଇଂ ନରେନ୍ଦ୍ର ସାହୁ,ଯୋଗିନାଥ ରାଉତ,ଗୀତାଲତା ପାଣିଗ୍ରାହୀ, ଶିବ ସ୍ରସାଦ ସାହୁ ଓ ସଦାନନ୍ଦ ସାହୁ। ଧନ୍ୟବାଦ ଅର୍ପଣ କରିଥିଲେ ଉପଦେଷ୍ଟା ପ୍ରମୋଦ କୁମାର ଜେନା।

Leave A Reply

Your email address will not be published.