ବୋଲଗଡ଼,୧୪/୦୪(ପିପିଟି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ପରମ୍ପରାର ପ୍ରତୀକ ତଥା ଓଡିଆ ନବବର୍ଷ । ଏଥି ସହିତ ଏହି ଦିନଟିକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ପବିତ୍ର ଦିବସରେ ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ । ସବୁଠି ଚାଲିଛି ପଣା ବଣ୍ଟନ । ପଣା ସଂକ୍ରାନ୍ତିରେ ଚଳଚଞ୍ଚଳ ବିଭିନ୍ନ ପୂଜାସ୍ଥଳୀ। ଏହି ପରିପ୍ରେକ୍ଷୀରେ ଗୋହିରାଖାଲ ର ମା’ ବୁଢ଼ୀ ଦେଇ, କଟାମୁଣ୍ଡିଆ ପାଦଦେଶରେ ଥିବା ଆରାଧ୍ୟ ମା’ମଙ୍ଗଳା ଙ୍କ ପୀଠରେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଗ୍ରାମବାସୀଙ୍କ ଦ୍ୱାରା ପୂଜାପାଠ,ହୋମ,ନାମ ସଂକୀର୍ତ୍ତନ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ପଥଚାରି ମାନଙ୍କ ପାଇଁ ବେଲ ପଣା ବଣ୍ଟନ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ମହାବିଷୁବ ସଂକ୍ରାନ୍ତିରେ ଶ୍ରଦ୍ଧାଳୁ ଭକ୍ତ ମାନେ ମା,ଙ୍କୁ ଦର୍ଶନ କରି କୃତାର୍ଥ ମଣିଛନ୍ତି। ଲୋକ କଥା ଅନୁସାରେ ଏହି ପବିତ୍ର ଦିନରେ ମାଆ ନିଜେ ନିଜର ସିଂହାସନ ପରିତ୍ୟାଗ କରି ଗାଁ ଦାଣ୍ଡକୁ ଆସି ଭକ୍ତ ମାନଙ୍କର ଦୁଃଖ ଦୂର କରିଥାନ୍ତି ବୋଲି ରହିଛି ବିଶ୍ଵାସ । ଆଜିର ଦିନରୁ ନୂଆ ପାଞ୍ଜି ପ୍ରଚଳନ ହୋଇଥାଏ। ଦଣ୍ଡ ଉପାସନା ଧାରୀ ମାନେ ଏହିଦିନ ବ୍ରତ ଶେଷ କରିଥାନ୍ତି ଯାହାକୁ ଆମେ ଝାମୁଯାତ୍ରା କହିଥାଉ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।