ବୋଲଗଡ଼, ୧୧/୪(ପିପିଟି): ରଣପୁର ବ୍ଲକ ରାଜସୁନାଖଳା ଗଣେଶ ବଜାରସ୍ଥିତ “ଲଷ୍ମୀ ଟାୱାର କାର୍ଯ୍ୟାଳୟଠାରେ ଉତ୍କଳୀୟମ୍ ଫାଉଣ୍ଡେସନ ଟ୍ରଷ୍ଟ ଓ ରାଜ୍ ଯୁବ ପ୍ରତିଷ୍ଠାନର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନଙ୍କ ଆବାହକତ୍ୱରେ ଶନିବାର ବିଶ୍ୱ ଛେନାପୋଡ଼ ଦିବସ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ସଂମ୍ମାନିତ ଅତିଥିଭାବେ ରଣପୁର ବ୍ଲକ ବିଜେଡି ସଭାପତି ସଚିକାନ୍ତ ଷଡ଼ଙ୍ଗୀ,ସମାଜସେବୀ ବିଶିକେଶନ ସାହୁଙ୍କ ସମେତ ରାଜସୁନାଖଳା ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ବିଶ୍ୱ ଛେନାପୋଡ଼ ଦିବସ ନୟାଗଡ଼ ଜିଲ୍ଲାକୁ ଗୈାରବାନ୍ୱିତ କରି ଛେନାପୋଡ଼ ସୁନାମ ଅର୍ଜ୍ଜନ କରିଛି। ମିଠା ଜଗତରେ ନିଜର ଏକ ସ୍ୱତନ୍ତ୍ରସ୍ଥାନ ସୃଷ୍ଟି କରିଥିବା ଏହି ଛେନାପୋଡ ବର୍ତ୍ତମାନ ନୟାଗଡ଼ରୁ ପ୍ରସ୍ତୁତ ହୋଇ ପ୍ରତ୍ୟେକ ଦିନ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ମାଲକାନାଗିରି, ଭବାନୀପାଟଣା, ବଲାଙ୍ଗୀର, ବୌଦ୍ଧ, କେନ୍ଦୁଝର କନ୍ଧମାଳ ଛତିଶଗଡ଼ କଲିକତା ଦୁର୍ଗାପୁର, ରାୟପୁର ପ୍ରଭୃତି ସ୍ଥାନକୁ ଦୂରଗାମୀ ବସ୍ ଯୋଗେ ପଠାଯାଉ ଅଛି ।୨୦୨୩ରେ ପ୍ରଥମ କରି ଏହାକୁ ସରକାରୀ ସ୍ତରରେ ପାଳନ କରାଯାଇଥିଲା । ତତ୍କାଳୀନ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ନିର୍ଦ୍ଦେଶରେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯାଇଥିଲା ! ଛେନାପୋଡ ପ୍ରଥମେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ସୁଦର୍ଶନ ସାହୁ ପ୍ରସ୍ତୁତ କରିଥିଲେ। ସେ ନୟାଗଡ଼ କଚେରି ନିକଟରେ ଏକ ଛୋଟିଆ ମିଠା ଦୋକାନ କରିଥିଲେ । ଦିନେ ତାଙ୍କ କିଛି ଛେନା ବିକ୍ରି ନହୋଇ ବଳକା ରହିଯାଇଥିଲା । ଛେନା ନଷ୍ଟ ହୋଇଯିବ ଭାବି ସେଥିରେ କିଛି ସୁଜି ଓ ଚିନି ମିଶାଇ ଏକ ଭିନ୍ନ ଧରଣର ମିଠା ବନାଇବା ଲକ୍ଷ୍ୟରେ ତିଆରି କରିଥିଲେ ଛେନାପୋଡ଼ ଖାଇବା ପରେ ସେମାନଙ୍କୁ ଭାରି ସ୍ୱାଦିଷ୍ଟ ଲାଗିଥିଲା। ତାପରେ ସୁଦର୍ଶନ ଭିନ୍ନ ଧରଣର ମିଠାକୁ ସବୁଦିନ ତିଆରି କରିବା ଆରମ୍ଭ କରି ଦେଇଥିଲେ। ଏହି ଛେନାପୋଡ଼ ନୟାଗଡ଼ ଅଞ୍ଚଳରେ ପ୍ରସିଦ୍ଧ ଲାଭ କରିବା ସଙ୍ଗେ ସଙ୍ଗେ ସାରା ରାଜ୍ୟ ସହିତ ବିଦେଶରେ ମିଠ ଆଦର ହୋଇପାରି ଛି ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀ ପ୍ରଧାନ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଛେନାପୋଡ଼ ପ୍ରସ୍ତୁତି କରାଯିବା ସହ ଏକା ରୋଜଗାରର ଏକ ମାଧ୍ୟମ ପାଲଟିଛି । ନୟାଗଡ଼ ଜିଲ୍ଲାର ଅନେକ ବ୍ୟକ୍ତି ମୁମ୍ବାଇ, ବାଙ୍ଗାଲୋର ପ୍ରଭୃତି ସହରକୁ ଯାଇ ଛେନାପୋଡ଼ ବ୍ୟବସାୟ କରୁଥିବା ମଧ୍ୟ ଜଣାଯାଇଛି । ନୟାଗଡ଼ ଛେନାପୋଡ଼ ଏବେ କୁଟରୀ ଶିଳ୍ପରେ ପରିଣତ ହୋଇଛି ବୋଲି ରଣପୁର ବ୍ଲକ ବିଜେଡି ସଭାପତି ଶ୍ରୀ ଷଡ଼ଙ୍ଗୀ କହିଥିଲେ ! ନୟାଗଡ଼ରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ମିଠାକୁ ଭୈାଗୋଳିକ ସଙ୍କେତ ତଥା ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଦୀର୍ଘବର୍ଷ ତଳୁ ଦାବି ଉଠିଥିଲା । ନୟାଗଡ଼ ଜିଲ୍ଲା ପ୍ରଶାସନ ଜିଆଇ ଟ୍ୟାଗ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ୨୦୨୩ ମାର୍ଚ୍ଚ ୨୦ ତାରିଖରେ ଆବଶ୍ୟକ କାଗଜପତ୍ର ସହ ଆବେଦନ କରାଯାଇଛି। ଜିଆଇ ଟ୍ୟାଗ ମିଳିବା ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ଉତ୍ପତିସ୍ଥଳ ସଠିକ ରୂପେ ନିରୁପଣ ହୋଇଛି ବୋଲି ଉତ୍କଳୀୟମ୍ ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ ମନ୍ତବ୍ୟରେ କହିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।