ମୃତକଙ୍କ ପରିବାର କୁ ସହାୟତା ହାତ ବଢ଼ାଇଲେ ବିଜେଡି ନେତା ।

0 44

ଯାଜପୁର,୦୭/୦୪(ପିପିଟି ):ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଲୀର ଦାନଗଦି ବ୍ଲକ ରଣାଗୁଣ୍ଡି ପଞ୍ଚାୟତର ବାରାଖାଇ ଗ୍ରାମର ସୁଶାନ୍ତ ମଲିକଙ୍କ ପୁତ୍ର ଶୁଭମ୍ ମଲିକଙ୍କ ଅକାଳ ବିୟୋଗ ହୋଇଯାଇଛି । ଏହି ଦୁଃଖଦ ଖବର ପାଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ବିଜେଡି କର୍ମକର୍ତ୍ତା ମାନଙ୍କୁ ତୁରନ୍ତ ସୁଶାନ୍ତ ମଲିକଙ୍କ ପରିବାର ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇ ଯାଜପୁର ଜିଲ୍ଲା ବିଜେଡି ଉପସଭାପତି ଲୋକନାଥ ଧିର ବରିଷ୍ଟ ବିଜେଡି ନେତା ପ୍ରଦୀପ କୁମାର ମହାନ୍ତି, ଯାଜପୁର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ଜେନା, ଦାନଗଦି ବ୍ଲକ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ଧିର, ରଣାଗୁଣ୍ଡି ସମିତି ସଭ୍ୟ ଉତ୍ତର କବାଟ ପ୍ରମୁଖ ତାଙ୍କ ପରିବାର ନିକଟରେ ପହଞ୍ଚି ପରିବାରକୁ ସାନ୍ତ୍ୱନା ଦେବା ସହିତ ସହାୟତାର ହାତ ବଢ଼ାଇଥିଲେ ।

Leave A Reply

Your email address will not be published.