ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 278

ଛତ୍ରପୁର,୦୭/୦୪(ପିପିଟି):ଓଡ଼ିଆ ଭାଷା ଓ ଭୂଷଣ,ସୃଜନ ଓ ସାହିତ୍ୟ, ଜୀବନ ଓ ଜାଗତିକ ଚେତନା,ପ୍ରଲୁବ୍ଧ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସଂସ୍କୃତିର ସରଳ ଓ ସତୀର୍ଥ ସମାହାର ହେଉଛି ବର୍ଣ୍ଣବୋଧ। ଏହା ମଧ୍ୟରେ ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଗୋଟିଏ ଶତାବ୍ଦୀ ଅତିକ୍ରମ କରିସାରିଛି। କିନ୍ତୁ ବର୍ଣ୍ଣବୋଧରେ ସନ୍ନିବିଷ୍ଟ ଭାଷା, ଭୂଷଣ ଓ ଭାବନା ଆଜି ମଧ୍ୟ ପ୍ରତି ଓଡ଼ିଆ ଚିନ୍ତା ଚେତନାରେ ପରିପୂର୍ଣ୍ଣ । ‘ଓଡ଼ିଆ ପକ୍ଷ ୨୦୨୬’ ଅବସରରେ ଶିଶୁମାନଙ୍କ ମଧ୍ୟରେ ଓଡ଼ିଆ ଭାଷା,ସାହିତ୍ୟ ଓ ବର୍ଣ୍ଣବୋଧ ପ୍ରତି ଅଧିକରୁ ଅଧିକ ଆଗ୍ରହ ସୃଷ୍ଟି କରିବା ଆଜି ସ୍ଥାନୀୟ ପିଏମଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କୁ ବର୍ଣ୍ଣବୋଧ ଓ ବିଭିନ୍ନ ଶିଶୁ ଉପଯୋଗୀ ପୁସ୍ତିକା ବଣ୍ଟନ କରିବା ସହିତ ଖେଳକୁଦ ସହିତ ମନଦେଇ ପାଠ ପଢିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ବର୍ଣ୍ଣବୋଧ ସହିତ ମହାପୁରୁଷ ମାନଙ୍କର ଜୀବନୀ ଓ ନୀତିଶିକ୍ଷା ସମ୍ବଳିତ ପୁସ୍ତକ ଓ ପତ୍ରିକା ପଢିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର,ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଡ଼ଃ ପ୍ରଭାତୀ ମହାପାତ୍ର,ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ସମେତ ଶିକ୍ଷକ -ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀବୃନ୍ଦ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

Leave A Reply

Your email address will not be published.