ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହେଲେ ନୀଳ ମାଧବ ।

0 16

ଭଞ୍ଜନଗର, ୦୬/୦୪(ପିପିଟି ):ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ପାଇଁ ଖୁସି ଖବର ଭେଟି ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ  ଭାବେ ଭଞ୍ଜନଗର ନିବାସୀ ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ନୀଳ ମାଧବ ପାତ୍ରଙ୍କୁ ନିଯୁକ୍ତି କରିଛନ୍ତି। ଏହି ଅବସରରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ବହୁ ନେତା ଓ ବିଜେପି କର୍ମୀମାନେ ଶ୍ରୀ ପାତ୍ରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ଦଳ ଯାହାବି ନିର୍ଦ୍ଦେଶ ଦେବ ତାହାକୁ ପାଳନ କରିବା ପାଇଁ ମୁଁ ପ୍ରସ୍ତୁତ ବୋଲି ଶ୍ରୀ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.