ବିଜେପିର ୪୭ ତମ ପ୍ରତିଷ୍ଠା ଦିବସରେ ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମ।

0 78

ପୋଲସରା ,୦୬/୦୪(ପିପିଟି): ଆଜି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ଭାରତୀୟ ଜନତାପାର୍ଟିର ୪୭ ତମ ସ୍ଥାପନା ଦିବସ ସମଗ୍ର ଦେଶରେ ଦଳ ପକ୍ଷରୁ ପାଳନ କରାଯାଉଥିବା ବେଳେ ରାଜ୍ୟର ଘୁମୁସର ଜିଲ୍ଲା ପୋଲସରା ନିର୍ବାଚନମଣ୍ଡଳୀର ହାତୀଓଟ ମଣ୍ଡଳ ସ୍ତରୀୟ ସ୍ଥାପନା ଦିବସ ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତା ଏଵଂ ପ୍ରଭାରୀ ଦୀପକ କୁମାର ପୋଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଳମ୍ବ ପଞ୍ଚାୟତ ସ୍ଥିତ ଜୟଦୁର୍ଗା ପ୍ରେକ୍ଷାଳୟ (ନେହେରୁ ଯୁବ ସ°ସଦ) ଭବନ ଠାରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିଭାବେ ବର୍ଷିଆନ୍,ବିଜେପି କର୍ମୀ କାଶୀନାଥ ସାହୁ, ମୁଖ୍ୟବକ୍ତା ଭାବେ ଘୁମୁସର ଜିଲ୍ଲା ଉପ-ସଭାନେତ୍ରୀ ପ୍ରତିମା ସାହୁ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ସଭାପତି ରଞ୍ଜିତ ବାରିକ, କାଳୁଚରଣ ବେହେରା (ସମ୍ପାଦକ), ସାବିତ୍ରୀ, ରବିନ୍ଦ୍ର ପାତ୍ର, ଉତ୍ତମ ନାହାକ, ସତ୍ୟବାଦୀ ସାହୁ, ଗଣପତି ସାହୁ, କସ୍ତୁରୀ, ବାଲାଜୀ, ରମେଶ, ରାଜେନ୍ଦ୍ର, ମହେନ୍ଦ୍ର, ବନିତା, ବିକ୍ରମ, ଶ୍ୟାମସୁନ୍ଦର, ଉତ୍ତମ ନାୟକ, ବିକ୍ରମ, ନିବୃତ୍ତି ପ୍ରମୁଖ ମଣ୍ଡଳ ଅଧୀନସ୍ଥ କଳମ୍ବ ସମେତ ହାତୀଓଟ, ଖଣ୍ଡୁରୁ, ବେଲଗାଁ, ବାଲିଛାଇ, ଘୋଡ଼ାପଲାଣ, ବର୍ତ୍ତିନୀ ଓ ରୁମାଗଡ଼ ଆଦି ପଞ୍ଚାୟତ ଗୁଡ଼ିକରୁ ଦଳୀୟ ନେତୃବୃନ୍ଦ ଏବଂ ସଂଗଠକମାନେ ଯୋଗଦେଇଥିଲେ।
ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ଵାଗତ ଏବଂ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଦଳର ପ୍ରତିଷ୍ଠା ଦିବସର ଅନୁଚିନ୍ତା ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ ଉନ୍ନତି ବିକାଶକୁ ନେଇ ସନ୍ତୋଷ ପ୍ରକଟ କରାଯିବା ସହ ଆଗକୁ ଦଳକୁ ସୁଦୃଢ଼ କରିବା ଉପରେ ଆଲୋଚନା କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସମର୍ଥକମାନେ ଯୋଗଦେଇଥିଲେ। ଶେଷରେ ସଭାପତି ପ୍ରଶାନ୍ତ ପ୍ରଧାନ ଉପସ୍ଥିତ ସମସ୍ତ ଅତିଥି ଏବଂ କର୍ମକର୍ତ୍ତାଙ୍କୁ ଆନ୍ତରିକ ଧନ୍ୟବାଦ୍ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.