କୋଦଳା ,୦୬/୦୪(ପିପିଟି):ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଜାପଲ୍ଲୀ ଠାରେ ଏଭଳି ଏକ ଅଘଟଣ ଘଟିଥିବା ସୂଚନା ମିଳିଛି। ଆଜି ପୂର୍ବାହ୍ନରେ ଏଭଳି ଏକ ଅଘଟଣ ଘଟିଥିବା ସୂଚନା ମିଳିଛି। ଉଭୟ ନାବାଳକକୁଂ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଥିରେ ଓଁ ପ୍ରକାଶ ଭୂୟାଁ ନାମକ ୧୪ ବର୍ଷର ନାବାଳକ ଗୁରୁତର ହୋଇଛନ୍ତି। ତାକଂର ହାତରେ ବୋମାଟି ଫୁଟି ଗଭୀର ଆଘାତ ଲାଗିଥିବା ବେଳେ ତାକୁଂ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ଯ ଜଣେ ୮ ବର୍ଷର ନାବାଳକ ଗଣେଶ ଭୂୟାଁ ସାମାନ୍ଯ ଆହତ ହୋଇଥିବା ବେଳେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ତେବେ ବୋମା କେଉଁଠୁ ଆସିଲା? କିଏ ରଖିଥିଲା? କାହିଁକି ରଖିଥିଲା ତାହା ଅସ୍ପଷ୍ଟ ରହିଛି। କବିସୂର୍ଯ୍ୟନଗର ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।
ରିପୋର୍ଟ -ସୂର୍ଯ୍ୟନାରାୟଣ ବଡୁ