କୋଦଳା,୦୪/୦୪(ପିପିଟି):ମେଡିକାଲର ଏରିଅର ଟଙ୍କା ହଡ଼ପ କରି ନିଲମ୍ବିତ ହୋଇଛନ୍ତି ୭ କର୍ମଚାରୀ। ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରୁ ଆସିଛି ଏଭଳି ସାଙ୍ଘାତିକ ଘଟଣା ।କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୭ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ମେଡିକାଲ ଏରିଅର ଟଙ୍କା ହେରଫେର ଅଭିଯୋଗରେ ନିଲମ୍ବନ କରାଯାଇଛି । ତଦନ୍ତ ପରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ୭ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏରିଅର ଟଙ୍କା ହେରଫେର ପାଇଁ ନିଲମ୍ବନ ହୋଇଥିବା ସୂଚନା ମିଳିଛି।ନିଲମ୍ବିତ ହୋଇଥିବା କର୍ମଚାରୀ ମାନେ ହେଲେ ନର୍ସିଂ ଅଫିସର ସରୋଜିନୀ ବେହେରା,ଏ ଏନ୍ ଏମ୍ ଭାରତୀ ପ୍ରଧାନ ଓ ଏ ଏନ୍ ଏମ୍ ଅନ୍ନପୂର୍ଣ୍ଣା ସାହୁ। ସେହିପରି ଆଟେଣ୍ଡାଣ୍ଟ ରାମ ମଲ୍ଲିକ , ଗୋପାଳ ନାୟକ ଓ ସୁଇପର ମନୁ ନାୟକଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ମାଷ୍ଟର ମାଇଣ୍ଡ ଜୁନିଅର କ୍ଲର୍କ ଜତୀନ ଭୂୟାଁଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।
କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଜାଣତରେ ମିଥ୍ଯା ବିଲ୍ କରି ବିନା ଅନୁମୋଦନରେ ଚଞ୍ଚକତା କରି ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହରିଲୁଟ୍ କରିଥିବା ଅଡିଟ୍ ବେଳେ ଜଣାପଡିଥିଲା । ମେଡ଼ିକାଲ ଇନ୍ ଚାର୍ଜର ଆଦିତ୍ୟ ପ୍ରସାଦ ସାହୁ ଏନେଇ ତନାଘନା କରିବା ପରେ ଘଟଣା ସମ୍ପର୍କରେ ଜଣା ପଡିଥିଲା। ପରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବା ପରେ ଏ ସମସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭବାନୀ ମିଶ୍ର।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ