ହାତୀ ଆକ୍ରମଣରେ ବୃଦ୍ଧ ମୃତ ।

0 201

ଅମର୍ଦ୍ଦାରୋଡ଼,୦୨/୦୪: ବାଲେଶ୍ବର ଜିଲା, ବସ୍ତା ଥାନା ଅଧୀନସ୍ଥ ନଟକଟା ପଂଚାୟତ ଅନ୍ତର୍ଗତ ଭାନ୍ଦିପୁର ଗ୍ରାମରେ ଜୈନିକ ବୃଦ୍ଧଙ୍କୁ ହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଏହି ଗ୍ରାମର ଠାକୁର ମାରାଣ୍ଡି(୬୫)। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ୧୩ ଟିକିଆ ହାତୀପଲ ରାସଗୋବିନ୍ଦପୁର ଥାନା ନାକିଚୁଆ ପରେଷ୍ଟ ବିଟ ଅନ୍ତର୍ଗତ କାନପୁର ଜଙ୍ଗଲ ଦେଇ ବସ୍ତା ଥାନା ଅନ୍ତର୍ଗତ ଭାନ୍ଦିପୁର ଗାଁକୁ ପ୍ରବେଶ କରିଥିଲେ। ଠାକୁର ଘର ନିକଟରେ ଗ୍ରାମବାସୀଙ୍କ ସହିତ ଛିଡ଼ା ହୋଇଥିବା ବେଳେ ହଠାତ୍ ୬ ଟିକିଆ ହାତୀପଲ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ। ଭୟରେ ସମସ୍ତେ ଦୌଡ଼ି ପଳାଇଥିବା ବେଳେ ଠାକୁର ଦଳି ମକଚି ପକାଇଥିଲେ। ଫଳରେ ଘଟଣା ସ୍ଥଳରେ ଠାକୁରଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବାଲେଶ୍ବର ବନବିଭାଗର ଦୁଇଟି ଦଳ ଗାଁରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.