ଯୋଜନା ବୋର୍ଡ଼ ଅଧ୍ୟକ୍ଷ ବିଧାୟକ ଆକାଶଙ୍କୁ ଶୁଭେଚ୍ଛା ।

0 212

ଯାଜପୁର,୦୨/୦୪(ପିପିଟି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲା ଯୋଜନା ବୋର୍ଡ ଅଧ୍ଯକ୍ଷ ଭାବେ କୋରାଇ ବିଧାୟକ ଆକାଶ ଦାସ ନାୟକଙ୍କୁ ନିଯୁକ୍ତ କରାଯାଇଥିବାରୁ ତାଙ୍କୁ ସାରା ନିର୍ବାଚନମଣ୍ଡଳୀରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ସାଂସଦଙ୍କ କୋରାଇ ବ୍ଲକ ପ୍ରତିନିଧି ପ୍ରମୋଦ କୁମାର ସାହୁ, ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ ଧଳ,ବିଧାୟକଙ୍କ କୋରାଇ ବ୍ଲକ ପ୍ରତିନିଧ୍ ଧନେଶ୍ଵର ବାରିକ,ଯୁବନେତା ଜହର ଅଲ୍ଲୀ, ପ୍ରଶାନ୍ତ କୁମାର ମଲ୍ଲିକ, ନିରଞ୍ଜନ ଘଡ଼େଇ, ପ୍ରସନ୍ନ ସାମଲ, ପ୍ରହଲ୍ଲାଦ ପଣ୍ଡା,ଦୀପ୍ତିମୟୀ କୁଅଁର,ଜୟନ୍ତୀ ସାହୁ,ରବୀନ୍ଦ୍ର ବେହେରା,ନୀଳମାଧବ ଚକ୍ର,ସତ୍ୟାନନ୍ଦ ମହାପାତ୍ରଙ୍କ ସମସ୍ତ ମଣ୍ଡଳ ସଭାପତି,ଦଳୀୟ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବୁଦ୍ଧିଜୀବୀ ଓ କର୍ମୀ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.