ବ୍ରହ୍ମପୁର,୩୦/୦୩(ପିପିଟି):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମୋରଜି ଦେଶାଇ ନ୍ୟାସନାଲ ଇନଷ୍ଟିୟୁସନ ଫର୍ ଯୋଗା ତରଫରୁ ସାରା ଯୋଗର ପ୍ରସାର ପ୍ରଚାର ନେଇ ସାରା ଦେଶରେ ୧୦୦ କାଉଣ୍ଟ ଡାଉନ୍ ଯୋଗ ଉତ୍ସଵ-୨୬ ଆୟୋଜନ ଅବସରରେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ତରଫରୁ ୩ ଏପ୍ରିଲ ରେ ସ୍ଥାନୀୟ ଗୁରୁକୁଳ ଇଣ୍ଟରନେସନଲ ପବ୍ଲିକ ସ୍କୁଲ ଠାରେ ସକାଳ ୭ ଘଟିକାରେ ୮ ଘଟିକା ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଘ ହିଲପାଟଣା ସ୍ଥିତ କାର୍ଯ୍ୟାଳୟ ଠାରେ ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯୋଗା ଉତ୍ସବକୁ ସମସ୍ତଙ୍କ ସହୋଯୋଗରେ ସଫଳ କରିବା ନେଇ ଆଲୋଚନା କରାଯାଇଥିଲା।ବୈଠକରେ ଶୁଭଶ୍ରୀ ସାବତ,ପୁଷ୍ପାଞ୍ଜଳି ମହାପାତ୍ର, ଅଲେଖ ଦାସ, ଗାୟତ୍ରୀ ପଣ୍ଡା, ଆଶିଷ ସାବତ, ତପନ ପଣ୍ଡା,ଆଦ୍ୟାଶ୍ରି ସାବତ,ସାଧନା ପାଢ଼ୀ, ମହେନ୍ଦ୍ର ବେହେରା,ସୁନୀଲ ବିଶ୍ୱାସ, ଜୟଶ୍ରୀ ସାବତଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।