ନିମିନା ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି।

0 146

ପୋଲସରା,୩୦/୦୩ (ପିପିଟି) : ପୋଲସରା ବ୍ଲକର ନିମିନା ଗ୍ରାମ ପଞ୍ଚାୟତ କଲ୍ୟାଣରେ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତହସିଲଦାର ଦିପ୍ତିମୟୀ ପାତ୍ର,ଅତିରିକ୍ତ ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋନମ୍ ବେହେରା, ସି.ଡି.ପି.ଓ ତିଳୋତ୍ତମା ରାଉତ, ସରପଞ୍ଚ ମାମାଜିନି ସାହୁ, ମେଡିକାଲ ଡାକ୍ତର ସୁବ୍ରମୟି ପାଢ଼ୀ ଯୋଗଦେଇ ସମସ୍ତଙ୍କର ଅଭିଯୋଗ ଗ୍ରହଣ କରି ଥିଲେ। ଏହି ଅବସରରେ ମୋଟ୍ ୨୯ ଜଣଙ୍କ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୭ ଜଣଙ୍କୁ ଭତ୍ତା,୩ ଜଣଙ୍କୁ ରେସନ କାର୍ଡ, ୧୩ ଜଣଙ୍କୁ ଘରପଟ୍ଟା, ୫ଟି ଏସ.ଏଚ.ଜି ଗ୍ରୁପ ଓ ବ୍ୟକ୍ତିଗତ ଭାବେ ୫ଜଣକୁ ଋଣ ଇତ୍ୟାଦି ଦିଆଯାଇଥିଲା। ଖାଦ୍ୟ ଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା,ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରିପାଠୀ, ବ୍ଳକ ଯନ୍ତ୍ରୀ ଇନ୍ଦ୍ରମଣି ସାହୁ,ପୃତ୍ତ ବିଭାଗ ଯନ୍ତ୍ରୀ ଦିପ୍ତିରାଣୀ ଦେହୁରୀ,ଗ୍ରାମ୍ଯ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜିବ ପାତ୍ର, ବିଭିଓ ଡଃ ଭକ୍ତଚରଣ ଦଳାଇ, ବରିଷ୍ଠ ରାଜସ୍ବ ସହାୟକ ଗିରିଜା ଶଙ୍କର ମିଶ୍ର,ବନପାଳ କାର୍ତ୍ତିକ ସାହୁ,ସମିତି ସଭ୍ୟଙ୍କ ପ୍ରତିନିଧି ନିଲୁ ସାହୁ, ପୂର୍ବତନ ସରପଞ୍ଚ ପ୍ରତିନିଧି ଲଡୁ କିଶୋର ସାହୁ, ସରପଞ୍ଚ ପ୍ରତିନିଧି ତାପସ କୁମାର ସାହୁ ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣୟ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଜନଶୁଣାଣି ଅଧିକାରିଣୀ ଲିପ୍ସା ରାଣୀ ଭଞ୍ଜ,ଏଡିଓ ରବିନ୍ଦ୍ର କୁମାର ସାହୁ ପ୍ରମୁଖଙ୍କ ସମେତ ଅଙ୍ଗନବାଡ଼ି ଓ ଆଶାକର୍ମୀ ଏବଂ ସ୍ଵେଚ୍ଛାସେବୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପଞ୍ଚାୟତ ପରିସରରେ ଥିବା ଇଲେକ୍ଟ୍ରି ସବଷ୍ଟେସନକୁ ଅନ୍ୟତ୍ର କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ ହୋଇଥିବା ବେଳେ ଅନ୍ୟତ୍ର କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ବିଡ଼ିଓ ଶ୍ରୀ ମହାପାତ୍ର ଜଣାଇ ଥିଲା।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.