ନାବାଳିକା ଶାଳୀକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଭିଣେଇକୁ ଆଜୀବନ କାରାଦଣ୍ଡ ।

0 7

ପୋଲସରା, ୨୭/୦୩(ପିପିଟି ): ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା କେଶ ନଂ ୬୦୪/ ୨୧-୦୮-୨୦୨୩ ପ୍ରକାରେ ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଗୋପାଳ ସାମଲଙ୍କ ୧୫ ବର୍ଷର ନାବାଳିକା ଝିଅଙ୍କୁ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ବରକୋଳି ଗ୍ରାମର ତାଙ୍କର ବଡ ଝିଅର ସ୍ୱାମୀ ତଥା ଜୋଇଁ ସନ୍ତୋଷ ଖଣ୍ଡେଇ ଶାଳୀକୁ ମଧ୍ୟ ବିବାହ କରିବ ବୋଲି ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରି ଗର୍ଭବତୀ କରିବା ପରେ ସନ୍ତୋଷ ନିଜ ଶାଳୀଙ୍କୁ ନିଜ ଗ୍ରାମକୁ ଡାକିନେଇ ହତ୍ୟା କରି ନିଜ ଗ୍ରାମ ବରକୋଳି ଗ୍ରାମ ନିକଟର ଧୋବାତାଲିଆ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲେ। ଏହି କେଶର ଫାଇନାଲ ଚାର୍ଜ ବୁଗୁଡା ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ଦେବାପରେ କେଶର ବିଚାର ଆରମ୍ଭ ହୋଇଥିଲା। ୨୬-୩-୨୦୨୬ ତାରିଖ ଦିନ ବିଚାର କରି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ପୋସକୋ କୋର୍ଟ ବିଚାରପତି ଶ୍ରୀମତୀ ପ୍ରଣତି ପଟ୍ଟନାୟକ ଆସାମୀ ସନ୍ତୋଷ ଖଣ୍ଡେଇଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ପିଡିତାଙ୍କ ପରିବାରକୁ ଆଠ ଲକ୍ଷ ଟଙ୍କା କ୍ଷତି ପୁରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପିଡିତାଙ୍କ ପାଇଁ ସ୍ୱତନ୍ତ୍ର ସରକାରୀ ଓକିଲ ନାରାୟଣ ପଣ୍ଡା କେଶ ଲଢୁଥିଲେ।

ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.