ବୋଲଗଡ଼ ,୧୮/୦୩ (ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ମାଣିବନ୍ଧ ସ୍ଥିତ ଦଦରା କାନ୍ଥ ଆଶ୍ରମ ବିଦ୍ୟାଳୟ ର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ବୁଧବାର ଦିନ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରାଯାଇଛି। ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିଦ୍ୟାଭୂଷଣ ତ୍ରିପାଠୀ ଙ୍କ ସଭାପତିତ୍ବ ଏବଂ ସଦାନନ୍ଦ ନାୟକଙ୍କ ସଂଯୋଜନାରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି,ମାଣିବନ୍ଧ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁନନ୍ଦା ବରାଳ ମୁଖ୍ୟବକ୍ତା, ବୋଲଗଡ଼ ମଣ୍ଡଳ ଜନମଙ୍ଗଳ ଅଧିକାରିଣୀ ତାପସୀ ପ୍ରିୟଦର୍ଶିନୀ, ହରିପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଗ ଉର ଚନ୍ଦ୍ର ସୁବୁଦ୍ଧି ଓ ରଜନୀ କାନ୍ତ ପୃଷ୍ଟି ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ବରିଷ୍ଠମାନଙ୍କୁ ଯଥୋଚିତ ସମ୍ମାନ ଓ କନିଷ୍ଠ ମାନଙ୍କୁ ସ୍ନେହ ପ୍ରଦର୍ଶନ କରିବା, ଚରିତ୍ର କୁ ନିଷ୍କଳଙ୍କ ରଖିବାକୁ ପରାମର୍ଶ ଦେବା ସହ ଏବଂ କଠିନ ଅଧ୍ୟବସାୟ ବଳରେ ସ୍ୱପ୍ନ ସାକାର ହୁଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ପିତାମାତା, ଗୁରୁଜୀ ଗୁରୁ ମାଆଙ୍କ ନିର୍ଦ୍ଦେଶ ଆଗ୍ରହରେ ପାଳନ କରିବାକୁ ମୁଖ୍ୟବକ୍ତା ଶ୍ରୀମତୀ ବରାଳ ଉପଦେଶ ଦେଇଥିଲେ। ଶିକ୍ଷୟିତ୍ରୀ ପଙ୍କଜିନୀ ଦାସ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ରଶ୍ମିତା ମଲ୍ଲିକ ବିବରଣୀ ପଠନ କରିଥିବା ବେଳେ ରଶ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୋଲଗଡ଼ ପଞ୍ଚାୟତ ସମିତି ର ଡାଟା ଏଣ୍ଟ୍ରି ଅପରେଟର ପ୍ରଭାତ କୁମାର ମହାପାତ୍ର, ବିଦ୍ୟାଳୟ ର କର୍ମଚାରୀ ମୀନତି ମହାପାତ୍ର,ମୀନା ଦେଇ, ସବିତା ପ୍ରଧାନ, କବିରାଜ ବେହେରା ଓ ଶଶୀକାନ୍ତ ଖଟୁଆଙ୍କ ସମେତ ପରିଚାଳନା କମିଟି ର ସଭ୍ୟ ସଭ୍ୟା ଏବଂ ଅଭିଭାବକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।