ପୋଲସରା ବ୍ଲକରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମରେ ୧୯୦୮ ଜଣ ପରୀକ୍ଷା ଦେଲେ।

0 7

ପୋଲସରା,୧୭/୦୩ (ପିପିଟି) : ପୋଲସରା ବ୍ଲକର ୧୯ଟି କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ୫୫୩ ଜଣ ପୁରୁଷ ଓ ୧୩୯୫ ଜଣ ନିରକ୍ଷର ମହିଳା, ମୋଟ ୧୯୦୮ ଜଣ ଶିକ୍ଷାର୍ଥୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ତରଫରୁ ନବ ଭାରତ ସାକ୍ଷରତା ପରୀକ୍ଷା (ଉଲ୍ଲାସ) ଚଳିତ ମାସ ୧୫ ତାରିଖ ରବିବାର ଦିନ ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ହର୍ଷବାବୁ ଖାଡ଼ଙ୍ଗାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ପରୀକ୍ଷା କାର୍ଯ୍ୟକ୍ରମକୁ ଏବିଇଓ ସୁବାସିନୀ ତ୍ରିପାଠୀ, ଶିକ୍ଷକ ତଥା ବି.ଆର୍.ଜି. ନରଞ୍ଜନ ବେହେରା ଟିମ୍ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ବୁଲି ପ୍ରତ୍ୟେକ ଭାବେ ତଦାରଖ କରିଥିଲେ। ଏଥିରେ ସମସ୍ତ ଏଗାର ଜଣ ସାଧନ କର୍ମୀ (ସିଆରସିସି) ଙ୍କ ସମେତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ସମସ୍ତ ଶିକ୍ଷା ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.