ଗଛକୁ ପିଟିହେଲା କାର, ଦୁଇ ଆହାତ, ଜଣେ ମୃତ।

0 111

ପୋଲସରା,୧୫/୦୩ (ପିପିଟି) : ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ତାକରଡା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ଦୁଇ ଆହାତ ଓ ଜଣେ ମୃତ ହୋଇଥିବା ଜଣାପଡିଛି। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ସହର ଛାମୁସାହିର ଗୋଟିଏ ପରିବାରର ବାପା, ମାଆ, ପୁଅ ଓ ଝିଅ ଚାରିଜଣ ନିଜ କାରରେ ବ୍ରହ୍ମପୁର ଯାଇ ନିଜ ଘରକୁ ଫେରୁଥିବା ବେଳେ ବୁଗୁଡା ଥାନା ଅନ୍ତର୍ଗତ ତାକରଡା ଗ୍ରାମ ନିକଟରେ କାରଟି ଗଛକୁ ପିଟି ହୋଇଯାଇଥିଲା। ଘଟଣା ସ୍ଥଳରେ ମାଆ କୁନମୁନ୍ ଚୌଧୁରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ନାବାଳକ ପୁଅ ଦେବାଶିଷ ଚୌଧୁରୀ ଓ ନାବାଳିକା ଝିଅ ଦିବ୍ଯାସୁଂ ଚୌଧୁରୀ ଆହତ ହୋଇଥିଲେ। ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା। ବାପା ଓ ନାବାଳିକା ଝିଅ ସୁସ୍ଥ ରହିଥିବା ବେଳେ ନାବାଳକ ପୁଅ ଗୁରୁତର ଥିବା ଜଣାପଡିଛି। ଏନେଇ ବୁଗୁଡା ଥାନା କେଶ ନଂ ୧୧୮/୨୬ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ମୃତ ଦେହକୁ ଜବତ କରି ତଦନ୍ତ ଚାଲୁରହିଛି। ଆଇଆଇସି ସିତାଂଶୁ ଶେଖର ମାନ୍ଧାତାଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ସୁମନ୍ତ କୁମାର ବେହେରା ଏହାର ତଦନ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.