ଦୋକାନରେ ଶୋଇଥିବା ଅବସ୍ଥାରେ ସର୍ଟ-ସର୍କିଟ ହେତୁ ଜିନିଷ ପତ୍ର ସହିତ ଜୀବନ୍ତ ଜଳିଗଲେ ବାପପୁଅ।

0 162

ବୋଲଗଡ଼, ୧୫/୩(ପିପିଟି):ବୋଲଗଡ ବ୍ଲକ ଓ ବେଗନିଆଁ ଥାନା ଅନ୍ତର୍ଗତ ସାନପଦର ଗାଁରେ ଅଭାବନୀୟ ଅଘଟଣ ଘଟିଯାଇଛି। ଦୋକାନ ଭିତରେ ଜଳିଗଲେ ବାପାପୁଅ । ବାପା ହେଉଛନ୍ତି ରାଜେଶ କୁମାର ସାହୁ(୫୭) ଏବଂ ପୁଅ ଲଷ୍ମୀଧର ସାହୁ(୨୪)। ଉଭୟ ସାନପଦର ଗ୍ରାମ ଅବଧୂତ ଆଶ୍ରମ ଛକରେ ଚା ଦୋକାନ ସହିତ ଭେରାଇଟି ଷ୍ଟୋର କରିଥିଲେ। ସବୁଦିନ ପରି ଉଭୟ ନିଜର ଦୈନିକ ବେପାର ସାରିବା ପରେ ଦୋକାନ ଘରେ ଶୋଇ ରୁହନ୍ତି। ତେବେ ଗତ କାଲି ବିଳମ୍ବିତ ରାତିରେ ଦୋକାନ ଭିତରେ ଉଭୟ ବାପା ଆଉ ପୁଅ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ଦୋକାନ ଭିତରେ ନିଆଁ ଲାଗିଯାଇଥିବାରୁ ଦୋକାନ ଭିତରେ ଥିବା ବିସ୍କୁଟ , ପାଉଁରୁଟି ସହିତ ଅନ୍ୟାନ୍ୟ ଜିନିଷ ପତ୍ର ପୋଡି ଯାଇଥିବା ବେଳେ ଉଭୟ ବାପ ପୁଅ ଶ୍ୱାସରୁଦ୍ଧ ସହିତ ଜଳି ଯାଇ ଥିବା ଦେଖିବାକୁ ମିଳିଛି। ସକାଳୁ ସେହି ଦୋକାନ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ସାଙ୍ଗେ ସାଙ୍ଗେ ଦୋକାନ ଆଜେବେଷ୍ଟ ଭାଙ୍ଗି ଉପରୁ ଦେଖିବା ବେଳକୁ ଉଭୟ ବାପା ପୁଅ ଜଳି ଯାଇଥିଲେ। ତେବେ ପରିବାର ଲୋକ ପହଞ୍ଚି ପୋଲିସକୁ ଖବର ଦେବା ପରେ ବେଗୁନିଆ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା। ପରେ ଖବର ପାଇ ବୋଲଗଡ ତହସିଲଦାର , ଖୋର୍ଦ୍ଧା ଡିଏସପି , ଅଗ୍ନିଶମ ବିଭାଗ, ସାଇଣ୍ଟଫିକ୍ ଟିମ୍ ଓ ବେଗୁନିଆ ଥାନା ଅଧିକାରୀ ସହିତ ପୋଲିସ ଉପସ୍ଥିତ ରହି ଦୋକାନ ଘର କବାଟ କାଟି ଉଭୟ ବାପପୁଅ ଶବ ଜବତ ସହିତ ତଦନ୍ତ ଆରମ୍ଭ କରିଛି। ସେପଟେ ଅଗ୍ନିକାଣ୍ଡର କାରଣ ଏବଂ ମୃତ୍ୟୁର କାରଣ ବିଦ୍ୟୁତ ସର୍ଟ ସର୍କିଟ ହେତୁ ବୋଲି ଅନୁମାନ କରାଯାଉଛି। ତେବେ ଘଟଣା କେମିତି ଘଟିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ବେଗୁନିଆ ପୋଲିସ ସୂଚନା ଦେଇଛନ୍ତି।ଏହି ଘଟଣାକୁ ନେଇ ସାନପଦର ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.