ବେଲଗୁଣ୍ଠା ,୧୦/୦୩(ପିପିଟି):ବେଲଗୁଣ୍ଠା ନିକଟସ୍ଥ ନୁଆ ଗାଁ ବ୍ରିଜ ନିକଟ ବିଲ ମଧ୍ୟରୁ ଗୋଟାଏ ଅଜଣା ମୃତ ଦେହ ଉଦ୍ଧାର ହୋଇ ଅଛି ।ଆଜି ବେଲଗୁଣ୍ଠ। ଥାନା ଅନ୍ତର୍ଗତ ଏକ ବିଲ ମଧ୍ୟରେ ଅଜଣା ଯୁବକ ଙ୍କ ଶବ କୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।।ଶରୀର ଅଧିକାଂଶ ଅଂଶ ପଚି ଶଢ଼ୀ ଯାଇଥିଲା ବେଳେ ଯିବ ଜନ୍ତୁ ଙ୍କ ଦ୍ୱାରା ନଷ୍ଟ ମଧ୍ୟ ହୋଇ ଯାଇଥିବା ଲକ୍ଷ କରାଯାଉଛି।ମର ଶରୀର କିଛି ଦୂରରେ କିଛି ବ୍ୟବହୁତ ବ୍ୟାଗ,ଲୁଗା ଓ ପାଣି ବୋତଲ ଥିବାର ଦେଖିବାକୁ ମିଳିଥିଲା।ଲୋକଙ୍କ କହିବା ଅନୁସାରେ ବ୍ୟକ୍ତି ଚାରି ପାଞ୍ଚ ଦିନ ହେବ ମୃତ୍ୟୁ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି।ତେଣୁ କେଉଁ ପରିସ୍ଥିତିରେ ବ୍ୟକ୍ତି ର ମୃତ୍ୟୁ ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ହୁଏତ ବ୍ୟକ୍ତି ଜଣକ ମଦ୍ୟପାନ କରି କିମ୍ବା କିଏ ହତ୍ୟା କରି ଫିଙ୍ଗି ଥାଇପାରେ କିମ୍ବା ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇପାରେ।ବର୍ତ୍ତମାନ ପରିସ୍ଥିତି ରେ ପୋଲିସ ପାଇଁ ଏହାକୁ ଗଭୀର ଭାବେ ତଦନ୍ତ କରିବା ଜରୁରୀ ଅଟେ।ସୂଚନାଯୋଗ୍ୟ ଯେ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ମୃତ ଶରୀର କୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନା କୁ ପଠାଇଛି।ବ୍ୟକ୍ତି ଜଣକଙ୍କ ପରିଚୟ ମିଳିନଥିଲା ବେଳେ ପୋଲିସ ମୃତ୍ୟୁ ର କାରଣ ଖୋଜୁଛି ।
ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା