ବୋଲଗଡ଼,୦୮/୦୩(ପିପିଟି): ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁବିଧାରେ ପିଇବା ପାଣି ଯୋଗାଇ ଦେବା ପାଇଁ ସାଗରଗୁଆଁ ପଞ୍ଚାୟତର ଦୁର୍ଗାବଜାର ରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଛନ୍ତି ଏକହଜାର ଲିଟର ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ । ହେଲେ ଏହି ପ୍ରକଳ୍ପ କିଛି ଦିନ କାର୍ଯ୍ୟକ୍ଷମ ହେବାପରେ ଦୀର୍ଘ ଛଅ ମାସ ହେବ ଅଚଳ ଅବସ୍ଥାରେ ପଡିରହିଛି । ପାଣି ଟୋପାଏ ପାଇଁ ପ୍ରକଳ୍ପ ଉପରେ ନିର୍ଭରକରି ଆସୁଥିବା ଲୋକମାନେ ନାହିଁ ନଥିବା ହୀନସ୍ତା ହେଉଛନ୍ତି । ପ୍ରକଳ୍ପ ଟିର ମରାମତି ପାଇଁ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଥିବାରୁ ପାଣି ପାଇଁ ଗ୍ରାମ ଲୋକଙ୍କ ସହିତ ପଥିକ ମାନେ ଡହଳ ବିକଳ ହେଉଛନ୍ତି । ନିକଟରେ ଥିବା ୧ଟି ନଳକୂପ ଉପରେ ୨ହଜାର ଲୋକେ ନିର୍ଭର କରୁଥିବାରୁ ପାଣି ଟୋପାଏ ପାଇଁ ମହିଳା ମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଦେଖିବାକୁ ବାକି ରହିଲା ଗ୍ରୀଷ୍ମ ଋତୁ ପାଖେଇ ଆସିଲାଣି ଖବର ପ୍ରସାର ପରେ ବିଭାଗୀୟ ଅଧିକାରୀମାନେ କଣ ପଦକ୍ଷେପ ନେଉଛନ୍ତି ନା ସେମିତି ଲୋକଙ୍କୁ ପାଣି ମୁନ୍ଦେ ପାଇଁ ଡହଳ ବିକଳ କରିବ ତାହା ସମୟ କହିବ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।