ସଶକ୍ତ ମହିଳା,ସଶକ୍ତ ସମାଜ : ବରିଷ୍ଠ କଳାକାର ସଂଘ ।

0 103

ବ୍ରହ୍ମପୁର,୦୮/୦୩(ପିପିଟି):ବିଶ୍ୱ ମହିଳା ଦିବସ ଅବସରରେ କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ – ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା ପ୍ରକୋଷ୍ଠ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ ଆନୁଷ୍ଠାନିକ ଉଦ୍ଘାଟନ ସହ କଳାକାରମାନେ ସମାଜ ସଂସ୍କାରକ ହେତୁ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମାଜ ତରଫରୁ ପ୍ରୟାସ କରାଯିବା ଆବଶ୍ୟକ ବୋଲି ଉପସ୍ଥିତ କଳାକାରମାନଙ୍କୁ ଉଦବୋଧନ ଦେଇଥିଲେ। ମୂଖ୍ୟ ବକ୍ତା ବରିଷ୍ଠ ସାରସ୍ୱତ ସାଧକ ଡଃ. ବିଧୁପ୍ରଭା ରଥ ମୂଖ୍ୟ ବକ୍ତା,ବରିଷ୍ଠ ଶିକ୍ଷାବିତ୍ ମୃତ୍ୟୁଞ୍ଜୟ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳାମାନେ ସଶକ୍ତ ହେଲେ ସମାଜ ସଶକ୍ତ ହେବ ଓ ପ୍ରଗତିର ଶୀର୍ଷରେ ପହଞ୍ଚି ପାରିବ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ସଂଯୋଜନା କରିଥିଲେ। ଏହି ଅବସରରେ ଶଙ୍କର୍ଷଣ ସାବତ, ବଳଦେବ ସାହୁ ଏବଂ ଗୀତାସ୍ୱାଇଁଙ୍କ ତତ୍ତ୍ଵାବଧାନରେ ସଂଘର କେତେକ ପ୍ରତିଭାଦୀପ୍ତ ମହିଳା କଳାକାରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଂଘର ଆଭିମୁଖ୍ୟ ତଥା କୃତି ଓ କୃତିତ୍ୱ ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଗବାନ ପାତ୍ର ଓ ସାଥୀଙ୍କ ଦାସକାଠିଆ ଏବଂ ବନ୍ଧାଗୁଡା ଗ୍ରାମର ଲୋକ ନାଟକ ‘ଭାରତଲୀଳା’ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ସୁଦାମ ପଟ୍ଟନାୟକ,କଳାପ୍ରାଣ କୈଳାସ ପାଣିଗ୍ରାହୀ,ଚିତ୍ତ ରଂଜନ ଦଳେଇ, ମହେନ୍ଦ୍ର କୁମାର ସାହୁ, ଚନ୍ଦ୍ରଭାନୁ ନାୟକ,ସରୋଜ କୁମାର ପଣ୍ଡା,ପ୍ରଦୀପ କୁମାର ସାହୁ,ବନ୍ଦନା ନନ୍ଦ,ଛବି ରାଣୀ ମହାନ୍ତି,ବେବି ହାଲଦାର,ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଅଶୋକ ପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.