ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି ।

0 60

ବୋଲଗଡ଼,୦୫/୦୩(ପିପିଟି): ପିଲାବେଳ ପ୍ରାଥମିକ ବିଦ୍ୟାଳୟ ଠାରୁ ହାଇସ୍କୁଲ ପର୍ଯନ୍ତ ପାଠ ପଢିବା ଆରମ୍ଭରୁ ପ୍ରଥମେ ଆମେ ପାର୍ଥନା କରିଥାଉ ଯାହା କି ଆମ ସମସ୍ତଙ୍କର ପରିଚିତ ପାର୍ଥନା ଆହେ ଦୟାମୟ ବିଶ୍ଵ ବିହାରୀ ବୋଲା ଯାଉଥିଲା। ବର୍ତ୍ତମାନ ବି ବୋଲାଯାଉଛି। କିନ୍ତୁ ସେଥିରେ ଏକ ପଂକ୍ତି ଥିଲା “ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି ” ଏହି ପଂକ୍ତି ବ୍ୟକ୍ତି କୁ ସତ୍ୟର ପକ୍ଷ ଧର ହେବାକୁ ପ୍ରେରଣା ଦେଇଥାଏ। ଯେଉଁ ମହାପୁରୁଷ ଏହି ପାର୍ଥନା ରେ ଏହି ପଂକ୍ତିକୁ ଅନ୍ତର୍ଭୁକ୍ତ କରିଥିଲେ ସେତେବେଳେ ସେ ବିଦ୍ୟାଳୟ ସ୍ତରରୁ ଏକ କୋମଳମତି ଛାତ୍ର ଛାତ୍ରୀ ଭିତରେ ସତ୍ୟ ପ୍ରତି ଦୃଢ ନିଷ୍ଠାବାନ ଓ ସମର୍ପିତ ହେବା
ଉଦ୍ଦେଶ୍ୟରେ ଏହା ରଚନା କରିଥିଲେ,କିନ୍ତୁ କାଳକ୍ରମେ ଏହା କେବଳ ଏକ ଘୋଷା ଓ ସରକାରୀ ପାଠ୍ୟକ୍ରମର ଅଂଶ ବିଶେଷ ହେଇ ରହିଗଲା। ବର୍ତ୍ତମାନ ସମୟରେ ଯଦି ଏହାକୁ ତର୍ଜମା କରାଯାଏ ସତ୍ୟର ପକ୍ଷ ଧର ହେଇ ନିଜ ଜୀବନକୁ ତୁଛ କରିବା ତ ଦୂରର କଥା ବରଂ ସତ୍ୟ କହିଲେ, ସତ୍ୟ ରାସ୍ତାର ପଥିକ ହେଲେ ଅନୁଗାମୀ ମାନଙ୍କର ସଂଖ୍ୟା ହ୍ରାସ ପାଇଥାଏ। ବର୍ତ୍ତମାନ ସମୟରେ ବ୍ୟକ୍ତିର ତକୁ ସମର୍ଥନ, ପ୍ରଶଂସକ ମାନଙ୍କର ଆବଶ୍ୟକତା ଅଧିକ ପଡୁଛି। ସତ୍ୟ ପଥ ର ସମର୍ଥକ ମାନଙ୍କ କ୍ଷୀଣ, ନ୍ୟୁନ, ହାତଗଣତି ବ୍ୟକ୍ତି ମାନଙ୍କ ଅପେକ୍ଷା, କାରଣ ଆମେ ଏକ ଲୋକତାନ୍ତ୍ରିକ ବ୍ୟବସ୍ଥା ରେ ପରିଚାଳିତ ହେଉଥିବା ଦେଶର ନାଗରିକ। ଯେଉଁଠି ସଂଖ୍ୟାଧିକ ଜନତାଙ୍କର ସମର୍ଥନରେ ଭ୍ରଷ୍ଟ, ଚରିତ୍ର ହୀନ,ଲମ୍ପଟ,ହତ୍ୟାକାରୀ,ଡକାୟତ ମାନେ ସଂଖ୍ୟା ଆଧାରରେ ମହାନ ବୋଲି ପ୍ରମାଣିତ ହୁଅନ୍ତି।
ତେବେ କେମିତି ହେବ ସତ୍ୟ, ଧର୍ମ ଓ ନ୍ୟାୟ ପ୍ରତିଷ୍ଠା ? ସତରେ କଣ ଏ ଲୋକତନ୍ତ୍ର ଏ ମହାନ ଦିବ୍ୟ, ଅନନ୍ତ, ଚିରନ୍ତନ ବାଣୀ ଯାହା ପରମାତ୍ମା ଙ୍କ ସ୍ୱରୂପ ତାହା ଉପରେ ଭାରି ପଡିଯିବ ? ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ, ବାୟୁ, ଅଗ୍ନି ଭଳି ଚିରନ୍ତନ ସତ୍ୟ କଣ ଏମିତି ଧୂଳିର, ଭ୍ରମିତ ଓ ଦହିହରା ହେଇଯିବ ଏଇ ଲୋକ ତାନ୍ତ୍ରିକ ସଂଖ୍ୟାଧିକ ବିଚାର ଦ୍ୱାରା ? ଯାହା ଏକ ଘୋର ଚିନ୍ତାର ବିଷୟ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.