ଭଞ୍ଜନଗର, ,୦୪/୦୩(ପିପିଟି):ରଙ୍ଗର ପର୍ବ ପାଇଁ ଆଜି ସବୁ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ଛୁଟି ଥିବାରୁ ଆଜିର ଦିନଟିକୁ ଉପଭୋଗ କରିବା ପାଇଁ ଏକ ଭୋଜିର ଆୟୋଜନ କରାଯାଇଥିଲା।ହସଖୁସିରେ ଭୋଜି ମଧ୍ୟ ସରିଲା।ହେଲେ ଫେରିବା ବାଟରେ ହେଲା ଦୁର୍ଘଟଣା,ଆଉ ଚାଲିଗଲା ଅମୂଲ୍ୟ ଜୀବନ।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଡହ ନିକଟରେ ଗଛକୁ ପିଟି ହେଲା କାର।ସୋରଡା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ମ୍ୟାନେଜର ମୃତଙ୍କର ମୃତ୍ୟୁ ଘଟିଛି ଏବଂ ଫିଲ୍ଡ ଅଫିସର ଗୁରୁତର ହୋଇଛନ୍ତି।ମୃତକ ହେଲେ ନବରଙ୍ଗପୁର ର ସୁନିଲ କୁମାର୍ ଭାତ୍ରା।ଗୁରୁତର ଜଣକ ହେଲେ ରାଉରକେଲାର ଅନୁରାଗ ଖୁଣ୍ଟିଆ ।ସୂଚନା ମୁତାବକ ଆଜି ହୋଲି ଥିବାରୁ ସୋରଡା ଏସବିଆଇ ଶାଖାର ବ୍ୟାଙ୍କ ମ୍ୟାନେଜର, କ୍ଷେତ୍ର ଅଧିକାରୀଙ୍କ ସମେତ କିଛି ବ୍ୟାଙ୍କ୍ କର୍ମଚାରୀ ଭଞ୍ଜନଗର ନିକଟ ଡହ ଠାରେ ଭୋଜି କରିବାକୁ ଆସିଥିଲେ ।ଭୋଜି ଖାଇ ସାରି ଅପରାହ୍ନ ସମୟରେ କାର ଯୋଗେ ବ୍ୟାଙ୍କ ମ୍ୟାନେଜର ଓ କ୍ଷେତ୍ର ଅଧିକାରୀ ସୋରଡା ଫେରୁଥିବା ବେଳେ ଡହ ନିକଟରେ ଏକ ବୁଲାଣି ରାସ୍ତା ରେ କାର ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ କାର ଭିତରେ ଚାପି ହୋଇ ଗୁରୁତର ହୋଈଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଦୁହିଁଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ।ସେଠାରେ ବ୍ୟାଙ୍କ୍ ମ୍ୟାନେଜର ସୁନିଲଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷେତ୍ର ଅଧିକାରୀ ଅନୁରାଗଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମ କେ ସିଜି ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ଭଞ୍ଜନଗର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)